ମିଛ ବିଜ୍ଞାପନ ଦେଖି ୧୦୦୦ ଟଙ୍କା ହରାଇଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ନକଲି ଓଜନ ହ୍ରାସ ବଟିକା ବିକୁଥିବା କମ୍ପାନିର ବିଜ୍ଞାପନ ଦେଖି ଟଙ୍କା ହରାଇ ଥିଲେ

ନୂଆଦିଲ୍ଲୀ: ଶେଷରେ ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଠକାମିର ଶିକାର ହୋଇଛନ୍ତି। ଏକ ମିଛ ବିଜ୍ଞାପନ ଜାଲରେ ଫସିଯାଇଥିଲେ ଭାରତର ଉପ-ରାଷ୍ଟ୍ରପତି। ଓଜନ ହ୍ରାସ କରିବା ନେଇ ଦେଖିଥିବା ଏକ ବିଜ୍ଞାପନ ଦ୍ୱାରା ସେ ପ୍ରଭାବିତ ହୋଇ ୧୦୦୦ଟଙ୍କା ହରାଇଛନ୍ତି। ମିଛ ବିଜ୍ଞାପନ ଓ ଠକାମି ଜନିତ ସମସ୍ୟା ଉପରେ ରାଜ୍ୟସଭାରେ ଆଲୋଚନା ବେଳେ ଶୁକ୍ରବାର ସେ ଏହା ପ୍ରକାଶ କରିଛନ୍ତି।

ସମାଜବାଦୀ ପାର୍ଟି ସାଂସଦ ନରେଶ ଅଗ୍ରଓ୍ଵାଲ ପ୍ରଥମେ ଏ ବିଷୟରେ କହିଥିଲେ, ଗଣମାଧ୍ୟମରେ ଅନେକ ମିଛ ଓ ଠକ କମ୍ପାନିର ବିଜ୍ଞାପନ ଦେଖିବାକୁ ମିଳଛି। ପରେ ନାଇଡୁ ନିଜ ଜୀବନରେ ଘଟିଥିବା ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ।

ଅତୀତର ଅନୁଭୂତିକୁ ମନେ ପକାଇ ଭେଙ୍କୟା କହିଛନ୍ତି, ଉପ-ରାଷ୍ଟ୍ରପତି ହେବା ପରେ ଓଜନ ହ୍ରାସ କରିବା ପାଇଁ ଚିନ୍ତା କରିଥିଲି। ଏଥିଲାଗି ବଟିକା ମିଳୁଥିବା ଏକ ବିଜ୍ଞାପନ ଦେଖି ସଂପୃକ୍ତ କମ୍ପାନିକୁ ଆବଶ୍ୟକ ୧୦୦୦ ଟଙ୍କା ପଠାଇଦେଲି। କିନ୍ତୁ କମ୍ପାନି ପକ୍ଷରୁ ଏକ ମେଲ୍‌ ଆସିଥିଲା ଯେ, ମ୍ୟାଜିକାଲ େଓ୍ଵଟ୍‌ ଲସ ପାଇଁ ଆଉ ଗୋଟିଏ ଟେବଲେଟ୍‌ କିଣିବାକୁ ପଡ଼ିବ ଓ ଏଥିପାଇଁ ଅାଉ ୧୦୦୦ ଟଙ୍କା ଜମା କରିବାକୁ ପଡ଼ିବ।

ଏହି ଘଟଣାକୁ ନେଇ ପରେ ସେ ନିଜର ତିକ୍ତ ଅନୁଭୂତି ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଚିଠି ଲେଖିଥିଲେ। ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଓ୍ଵାନ ଏହି ଘଟଣାର ତଦନ୍ତ କରିଥିଲେ। ପରେ ଜଣା ପଡ଼ିଥିଲା ଯେ, ବିଜ୍ଞାପନ ଦେଇଥିବା କମ୍ପାନି ଦିଲ୍ଲୀର ନ ଥିଲା, ତାହା ଏକ ଆମେରିକା କମ୍ପାନି ଥିଲା।

ସମ୍ବନ୍ଧିତ ଖବର