ଉତ୍ତରପ୍ରଦେଶରେ ଭିଆର୍‌ଏସ୍ ଚାହୁଛନ୍ତି ୩ ଆଇଏଏସ୍‌ ଅଫିସର

ଲକ୍ଷ୍ନୌ : ଉତ୍ତରପ୍ରଦେଶର ୩ ଜଣ ବରିଷ୍ଠ ଆ‌ଇଏଏସ ଅଫିସର ଭିଆରଏସ (ଭଲ୍ୟୁଣ୍ଟାରି ରିଟାୟାରମେଣ୍ଟ ଫ୍ରମ୍‌ ସର୍ଭିସ) ଚାହିଛନ୍ତି। ସପ୍ତାହକ ମଧ୍ୟରେ ୩ ଜଣ ଆଇଏଏସ ଅଫିସର ସ୍ବେଚ୍ଛାକୃତ ଭାବେ ଅବସର ନେବାକୁ ଚାହିଛନ୍ତି। ଉକ୍ତ ୩ ଆଇଏଏସ ଅଫିସର ହେଉଛନ୍ତି ୧୯୮୭ ବ୍ୟାଚ୍‌ର ରେଣୁକା କୁମାର, ୧୯୮୮ ବ୍ୟାଚ ଅଫିସର ଜୁଥିକା ପାଟଙ୍କର ଏବଂ ୨୦୦୩ ବ୍ୟାଚ ଅଫିସର ବିକାଶ ଗୋଥାଲୱାଲ । ସରକାରୀ ଭାବେ ସେମାନଙ୍କ ଭିଆରଏସ୍‌ ପଛର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିଛି। କିନ୍ତୁ ପାଟଙ୍କର ବ୍ୟକ୍ତିଗତ କାରଣ ଦର୍ଶାଇଥିବାବେଳେ ଗୋଥାଲୱାଲ ସ୍ବାସ୍ଥ୍ୟଗତ ଅସୁସ୍ଥତା କାରଣ ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉକ୍ତ ପ୍ରସଙ୍ଗରେ ପାଟି ବନ୍ଦ କରିଛନ୍ତି। କିନ୍ତୁ ଏକାବେଳେ ୩ ବରିଷ୍ଠ ଆଇଏଏସ୍‌ଙ୍କ ଭିଆରଏସ୍‌କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର