ଭିସୁଟ୍‌କୁ ଆଇଆଇଇଏସ୍‌ଟି ଘୋଷଣା କରାଯାଉ

ନୂଆଦିଲ୍ଲୀ : ବୁର୍ଲ୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଟେକ୍‌ନୋଲୋଜି ବିଶ୍ବବିଦ୍ୟାଳୟ (ଭିସୁଟ୍‌)କୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଂଜିନିୟରିଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଆଇଆଇଇଏସଟି) ରୂପେ ଘୋଷଣା କରିବା ପାଇଁ ଲୋକସଭାରେ ବିଜେପି ସାଂସଦ ନିତେଶ ଗଙ୍ଗଦେବ ଦାବି କରିଛନ୍ତି। ବୁର୍ଲା ଭିସୁଟ୍‌ରେ ସମସ୍ତ ପ୍ରକାର ଭିତ୍ତିଭୂମି ତଥା ଗବେଷଣାର ବ୍ୟବସ୍ଥା ରହିଛି। ଏତଦ୍‌ବ୍ୟତୀତ ପଶ୍ଚିମ ଓଡ଼ିଶାରେ ସମ୍ବଲପୁର ଶିକ୍ଷାର ହବ୍‌ ରୂପେ ପରିଣିତ ହୋଇଥିବାରୁ ଭିସୁଟ୍‌କୁ ନିୟମାବଳୀ ୩୭୭ ଆଧାରରେ ଆଇଆଇଇଏସ୍‌ଟି ରୂପେ ଘୋଷଣା କରିବା ପାଇଁ ନିତେଶ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର