ନୂଆଦିଲ୍ଲୀ: ଦେଶରୁ ଭିଭିଆଇପି ସଂସ୍କୃତିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ଭିଭିଆଇପିଙ୍କ ଗାଡିରୁ ନାଲିବତୀ ହଟାଇବା ପରେ ଏବେ ଭିଭିଆଇପିଙ୍କ ଗାଡିରେ ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ସାଧାରଣ ଜନତାଙ୍କ ଭଳି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ଅନ୍ୟ ସାମ୍ବିଧାନିକ ଅଧିକାରୀମାନେ ନିଜ ଗାଡିରେ ନମ୍ବର ପ୍ଲେଟ ଲଗାଇବା ଦିଗରେ କେନ୍ଦ୍ରସରକାର ଚିନ୍ତା କରୁଛନ୍ତି। ବର୍ତ୍ତମାନ ଏହି ଅଧିକାରୀମାନେ କୌଣସି ନମ୍ବର ପ୍ଲେଟ ବ୍ୟବହାର ନକରି ଭାରତର ପ୍ରତୀକ ବ୍ୟବହାର କରୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗାଡିରେ ନମ୍ବର ପ୍ଲେଟ ଲଗାଇଛନ୍ତି । ଗତବର୍ଷ ମୋଦି ସରକାର ଭିଭିଆଇପି ଭଳି ଅପସଂସ୍କୃତି ରୋକ ଲଗାଇବା ଉଦ୍ଦେଶ୍ୟରେ ଗାଡିରୁ ନାଲି, ହଳଦିଆ ଓ ନୀଳବତୀ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
/sambad/media/post_attachments/wp-content/uploads/2018/01/1.png.pagespeed.ce_.fYTkyGpcOq-300x199.png)
ଜାନୁଆରି ୨ରେ କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଂଜୟ କୋଠରୀଙ୍କୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି, ମୋଟର ଯାନବାହାନ ଅଧିନିୟମ ୧୯୮୮ ଆନୁସାରେ ରାଷ୍ଟ୍ରପତି ଭବନର ସବୁ ଗାଡିରେ ରେଜିଷ୍ଟ୍ରେସନ ନମ୍ବର ରହିବା ବାଧ୍ୟତାମୂଳକ । ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ସଚିବ ସୁବା ରାଓ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଶାସନ ସଚିବଙ୍କୁ ଏନେଇ ନୋଟିସ ଜାରି କରାଯାଇଛି ।
/sambad/media/post_attachments/wp-content/uploads/2018/01/big_303137_1388248889-300x225.jpg)
ଉଚ୍ଚପଦ ପଦବୀରେ ଥିବା ଅଧିକାରୀମାନଙ୍କ ଗାଡିରେ ନମ୍ବର ପ୍ଲେଟ ଲଗାଯିବା ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା। ଏହି ଆବେଦନରେ ଦର୍ଶାଯାଇଥିଲା କି ଗାଡିରେ ନମ୍ବରପ୍ଲେଟ ନରହିବା ଅର୍ଥ ୧୯୮୮ମୋଟର ଯାନବାହାନ ଆକ୍ଟ ୪୧(୬) ଖୋଲାଖୋଲି ଉଲଂଘନ କରିବା। ଏଥିସହିତ ଏହି ନିୟମକୁ ଉଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆବେଦନରେ ଅନୁରୋଧ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/cavalcade-pm.jpg)