ଭୋପାଳ: ଆଜି ଭୋପାଳରେ ସ୍ବତନ୍ତ୍ର ସିବିଆଇ କୋର୍ଟ ବ୍ୟାପମ୍ ମହାଦୁର୍ନୀତିର ଶୁଣାଣି କରି ଦୋଷୀ ସାବ୍ୟସ୍ତ ୩୦ ବ୍ୟକ୍ତିଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି। ସେହିଭଳି ଅନ୍ୟ ଜଣେ ଅଭିଯୁକ୍ତ ପ୍ରଦୀପ ତ୍ୟାଗୀକୁ ୧୦ ବର୍ଷ ଜେଲ୍ ଭୋଗିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୩ରେ ଭୋପାଳରେ କନଷ୍ଟେବଳ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହା ବ୍ୟାପମ୍ ଦୁର୍ନୀତି ଭାବେ ପରିଚିତ ହୋଇଥିଲା। ଏହି ମାମଲାରେ ୨୦୧୭ ଏପ୍ରିଲ୍ରେ ୧୨ ଜଣ ପ୍ରାର୍ଥୀ, ୧୨ ଜଣ ଜାଲ୍ ପ୍ରାର୍ଥୀ ଏବଂ ୭ ଜଣ ମଧ୍ୟସ୍ଥିଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ ମୋଟ ୯୧ ଜଣଙ୍କଠାରୁ ସାକ୍ଷ ଗ୍ରହଣ କରି ସିବିଆଇ ସ୍ବତନ୍ତ୍ର ଜଜ୍ ଏସ୍.ବି. ସାହୁ ଆଜି ରାୟ ପ୍ରକାଶ କରିଛନ୍ତି।
ବ୍ୟାପମ୍ ମହାଦୁର୍ନୀତି: ୩୦ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ୍
/sambad/media/post_attachments/wp-content/uploads/2019/11/images-1-10.jpg)