ଆଜି ଦିଲ୍ଲୀରେ ପହଞ୍ଚିବ କରୋନାଭାଇରସ୍‌ ପ୍ରପୀଡ଼ିତ ଇରାନ୍‌ରେ ଥିବା ୩୦୦ ଭାରତୀୟଙ୍କ ସ୍ୱାବ୍‌ ନମୁନା

ନୂଆଦିଲ୍ଲୀ: କରୋନାଭାଇରସ୍‌ ସଂକ୍ରମଣ ପରୀକ୍ଷା କରାଯିବାକୁ ଆଜି ଅପରାହ୍ଣ ସୁଦ୍ଧା ୩୦୦ ଭାରତୀୟଙ୍କ ସ୍ୱାବ୍‌ ନମୁନା ଇରାନ୍‌ର ମହନ ଏୟାର୍‌ ଫ୍ଲାଇଟ୍‌ରେ ନୂଆଦିଲ୍ଲୀ ଆସିବ। ଏହା ପରେ ଇରାନ୍‌ ବିମାନ ବନ୍ଦରରେ ଅଟକି ଥିବା ସେ ୩୦୦ ଜଣ ବ୍ୟକ୍ତିଙ୍କୁ ସ୍ୱଦେଶ ଫେରାଇ ଅଣାଯିବ।

ଏବେ ଇରାନ୍‌ରେ ସମୁଦାୟ ୨୦୦୦ ଭାରତୀୟ ଅଛନ୍ତି। ଭାରତରେ ମଧ୍ୟ ପ୍ରାୟ ୨୦୦୦ ଇରାନୀୟ ଅଛନ୍ତି। ଇରାନ୍‌ରୁ ଭାରତୀୟ ନାଗରିକମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ଓ ଇରାନ୍‌ ନାଗରିକମାନଙ୍କୁ ସେମାନଙ୍କ ଦେଶକୁ ପଠାଇବା ଲାଗି ଭାରତ ଇରାନ୍‌ ସରକାରଙ୍କ ସହ ମିଶି ବ୍ୟବସ୍ଥା କରୁଛି।

Image Source: Firstpost

ଇରାନ୍‌ରୁ ଆସିବାକୁ ଥିବା ଭାରତୀୟମାନେ କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ କି, ନୁହେଁ ସେ ବିଷୟରେ ନିଶ୍ଚିତ ହେବାକୁ ସ୍ୱାବ୍‌ ପରୀକ୍ଷା କରାଯିବ। ଏହା ପରେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଭାରତ ଫେରାଇ ଅଣାଯିବ। ଏଥିପାଇଁ ‘ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ’ର ୬ଜଣିଆ ବୈଜ୍ଞାନିକ ଦଳ ଇରାନ୍‌ ଯାଇଛନ୍ତି। ସେମାନେ ଇରାନ୍‌ରେ ଅସ୍ଥାୟୀ ପରୀକ୍ଷାଗାର ସ୍ଥାପନ କରି ଭାରତୀୟମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସେଠାରେ ପରୀକ୍ଷାଗାର ସ୍ଥାପନ ନ ହେବା ଯାଏଁ ବିଶେଷଜ୍ଞମାନେ ସ୍ୱାବ୍‌ ନମୁନା ସଂଗ୍ରହ କରିବେ ଓ ପରୀକ୍ଷା ନିମେନ୍ତ ଭାରତକୁ ପଠାଇବେ।

ସମ୍ବନ୍ଧିତ ଖବର