ନୂଆଦିଲ୍ଲୀ ଭାରତୀୟ ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିବା ବେଳେ ଏହାକୁ ନେଇ ବିରୋଧୀ ଦଳରେ ଫାଟ ଦେଖିବାକୁ ମିଳିଛି। ଶୁକ୍ରବାର କଂଗ୍ରେସ ସମେତ ୭ ବିରୋଧୀ ଦଳର ନେତାମାନେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ନୋଟିସ୍ ଦେଇଥିବା ବେଳେ ଉପରାଷ୍ଟ୍ରପତି ନାଇଡୁ ଏହି ପ୍ରସଙ୍ଗରେ କ’ଣ ନିଷ୍ପତ୍ତି ନେବେ ତାହାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ସେ ଏହି ମାମଲାକୁ ରଦ୍ଦ କରିପାରନ୍ତି କିମ୍ବା ବିଚାର ପାଇଁ ଆଗକୁ ମଧ୍ୟ ବଢ଼ିପାରନ୍ତି। ଯଦି ସେ ଏହି ମାମଲାରେ ଆଇନ ବିଶେଷଜ୍ଞଙ୍କ ମତ ଲୋଡ଼ନ୍ତି, ତେବେ ତାଙ୍କ ନିଷ୍ପତ୍ତି ଆସିବାକୁ ବିଳମ୍ବ ହୋଇପାରେ। ଅନ୍ୟତମ ବିରୋଧୀ ଦଳ ଟିଏମ୍ସି ଏବଂ ଡିଏମ୍କେ ଏହି ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଥିବା ବେଳେ କଂଗ୍ରେସ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ସେମାନେ ଗ୍ରହଣ କରିନାହାନ୍ତି। କେସିଆର୍ଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ତୃତୀୟ ସାମୁଖ୍ୟରେ ମଧ୍ୟ ଟିଏମ୍ସି ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ମିଶିବାକୁ ସୁଯୋଗ ଦେଇନାହିଁ। ଅପରପକ୍ଷେ, ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ଟି.ଏସ୍.ଠାକୁର ଏହି ପ୍ରସ୍ତାବକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସେପଟେ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର କହିଛନ୍ତି ଯେ, ତାଙ୍କ ଦଳ ଏହି ମାମଲାରେ ପ୍ରଧାନ ବିଚାରପତିଙ୍କ ଅବସରକୁ ଅପେକ୍ଷା କରିବା ଉଚିତ ଥିଲା। ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିଥିବା ମହାଭିଯୋଗର ଆଧାର ଅତ୍ୟନ୍ତ ଦୁର୍ବଳ ଥିବାରୁ ଉପରାଷ୍ଟ୍ରପତି ଏହାକୁ ଖାରଜ କରିଦେଇ ପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ମହାଭିଯୋଗ ପ୍ରସ୍ତାବ ନିଷ୍ପତ୍ତିକୁ ଅପେକ୍ଷା
/sambad/media/post_attachments/wp-content/uploads/2018/04/VAENKIYA-NAIDU.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)