ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଔରେୟାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବସକୁ ଅପେକ୍ଷା କରିଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର ୧୦ଜଣଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ଜଣ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ଭୟାବହ ଦୁର୍ଘଟଣା ଅରୱା କଟରା ଥାନା ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ଘଟିଥିଲା।ଏଠାରେ କିଛିଲୋକ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଏହି ସମୟରେ ବସକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ସାମ୍ନାକୁ କାର ମୃତ୍ୟୁ ହୋଇ ମାଡ଼ି ଆସିଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରେ ୩୪ବର୍ଷର ରମନ ସିଂହ, ୯ବର୍ଷର ଗୁନଗୁନ ଓ ୯ବର୍ଷର ଆରଧ୍ୟା ରହିଛନ୍ତି।
ଏଥିସହିତ ଗୁରୁତର ଆହତଙ୍କ ନାମ କଳ୍ପନା, ଅଲକା, ପ୍ରିୟମ, ଆରତୀ, ରାଜେଶ ଓ ରବି ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ‘ଦୁଇପରିବାର ଏକ ବିବାହ ଉତ୍ସବକୁ ଯିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ କାର ସେମାନଙ୍କ ଉପରେ ମାଡ଼ି ଚାଲିଯାଇଥିଲା। ଦୁର୍ଘଟଣା ପରେ ଆମେ ପୁଲିସକୁ ସୂଚନା ଦେଇଥିଲୁ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତକଙ୍କ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।