ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ବୁକ୍‌ କରିବା ପରଠାରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର୍‌ ଲଖା ସିଦ୍ଧାନା କୃଷକ ନେତା ରାକେଶ ଟିକାୟତଙ୍କୁ ସମାଲୋଚନା କରି ସାମାଜିକ ଗଣମାଧ୍ୟମରେ ଏକ ନୂଆ ଭିଡିଓ ରିଲିଜ୍‌ କରିଛନ୍ତି। ଭୟ ସୃଷ୍ଟି କରାଇବାକୁ ଉଦ୍ୟମ କରୁଥିବା କହି ସେ ସରକାରଙ୍କୁ ମଧ୍ୟ ଏହି ଭିଡିଓରେ ସମାଲୋଚନା କରିଛନ୍ତି।

Advertisment

ଏହି ନୂଆ ଭିଡିଓରେ ଲଖା ସିଦ୍ଧାନା କହିଛନ୍ତି ଯେ, ସାତ ମାସ ହେବ ଚାଲିଥିବା କୃଷକ ପ୍ରତିବାଦ ଶିଖରରେ ପହଞ୍ଚିଛି। ଏହି ପ୍ରତିବାଦ ଉପରେ ଦମନ ଚଳାଇଥିବା ଦିଲ୍ଲୀ ପୁଲିସକୁ ଲୋକେ ବିରୋଧ କରିବାକୁ ସେ ଅନୁରୋଧ କରିଛନ୍ତି।

publive-image Image Courtesy of India Today

ସେ କହିଛନ୍ତି, ମିଥ୍ୟା ଅଭିଯୋଗ ପଞ୍ଜିକରଣ କରି ସରକାର କୃଷକମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ପରୋକ୍ଷ ଭାବରେ କୃଷକ ନେତା ରାକେଶ ଟିକାୟତଙ୍କୁ ବିଦ୍ରୂପ କରି ସେ କହିଛନ୍ତି, ଯେଉଁମାନେ ପଞ୍ଜାବୀ ନୁହନ୍ତି, ସେମାନେ ଏବେ କୃଷକ ପ୍ରତିବାଦର ନେତୃତ୍ୱ ନେଉଛନ୍ତି।

ଫେବ୍ରୁଆରି ୨୩ ତାରିଖ ଦିନ ଆମେ ଭତିଣ୍ଡାର ମେହରାଜରେ କୃଷକମାନଙ୍କ ସମାବେଶ ଆୟୋଜନ କରୁଛୁ। ଏହି ପ୍ରତିବାଦରେ ବହୁସଂଖ୍ୟକ ଜନତା ଯୋଗ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।

ଜାନୁଆରି ୨୬ ତାରିଖ ଦିନ ସିଂଘୁ ସୀମାନ୍ତ ଅଞ୍ଚଳରେ ଦିଲ୍ଲୀ ପୁଲିସ ଟିମ୍‌ ଲଖା ସିଦ୍ଧାନାଙ୍କୁ ଧରିବାକୁ ଯାଉଥିବା ବେଳେ ଟ୍ରାକ୍ଟର୍‌ ରାଲି ଯୋଗୁଁ ତାହା ସମ୍ଭବପର ହେଲା ନାହିଁ। ସିଦ୍ଧାନା ତାଙ୍କ ଫୋନ୍‌ ବନ୍ଦ କରି ସେ ଅଞ୍ଚଳରୁ ଖସି ପଳାଇବାରେ ସମର୍ଥ ହୋଇଥିଲେ।