ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତୀୟ ଜେଲ୍ରେ କାରାଦଣ୍ଡ ଭୋଗି ସାରି ମୁକୁଳିବା ପରେ ଜଣେ ପାକିସ୍ତାନୀ କଏଦୀ ଭାରତ ପ୍ରତି ନିଜର ଭଲପାଇବା ଦେଖାଇ ଖୁବ୍ ଚର୍ଚ୍ଚା ହୋଇଥିଲେ। ସେ ବନ୍ଦୀରୁ ମୁକ୍ତ ହେବା ପରେ ଭାରତ ତାଙ୍କୁ ଭଲଲାଗୁଛି ସେ ସବୁଦିନ ପାଇଁ ଭାରତରେ ରହିବାକୁ ଚାହାନ୍ତି ବୋଲି କହିବା ଖବରଟି ସେ ସମୟରେ ବେଶ୍ ଚର୍ଚ୍ଚା ପାଲଟିଥିଲା। ଏବେ ମଧ୍ୟ ଜଣେ ପାକିସ୍ତାନୀ ଭାରତ ଜେଲ୍କୁ ମୁକ୍ତ ହୋଇଛନ୍ତି। ତେବେ ପୂର୍ବ କଏଦିଙ୍କ ପରି ସେ ଭାରତ ପ୍ରତି ନିଜର ମୋହ ବ୍ୟକ୍ତ ନ କରି ଭାରତୀୟ ଷ୍ଟାର୍ଙ୍କ ପ୍ରତି ଭଲପାଇବା ଦେଖାଇଛନ୍ତି।
ଦୀର୍ଘ ୨୨ ମାସ ଧରି ଭାରତୀୟ ଜେଲ୍ରେ ରହିବା ପରେ ୨୨ ବର୍ଷିଅ ପାକିସ୍ତାନୀ ଯୁବକ ଅବଦୁଲା ନିଜ ଦେଶକୁ ଯିବା ପୂର୍ବରୁ ବଲିଉଡ୍ ଅଭିନେତା ଶାହାରୁଖ ଖାନ ଓ ଅଭିନେତ୍ରୀ କାଜଲଙ୍କୁ ଭେଟିବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଅବଦୁଲାଙ୍କୁ ୨୦୧୭ ମସିହା ମେ ୨୫ ତାରିଖରେ ବିଏସ୍ଏଫ୍ ପଞ୍ଜାବର ଓ୍ଵାଘା ସୀମାନ୍ତୁ ଧରିଥିଲା। ସେ ସେବେ ଅଭିନେତା ଶାହାରୁଖ ଓ ଅଭିନେତ୍ରୀ କାଜଲଙ୍କୁ ଭେଟିବାକୁ ଚାହାନ୍ତି ବୋଲି କହିଥିଲେ।
ଏତେ ମାସ ଧରି ଜେଲ୍ରେ ରହିବା ପରେ ଅବ୍ଦୁଲା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କି ସେ ଶାହାରୁଖ ଓ କାଜଲଙ୍କର ବଡ଼ ଫ୍ୟାନ୍ ହୋଇଥିବା ହେତୁ ସେମାନଙ୍କୁ ଭେଟିବା ପାଇଁ ସୀମା ପାର୍ କରି ଭାରତ ଚାଲି ଆସିଥିଲେ। ଓ୍ଵାଘା ସୀମାରେ ତାଙ୍କୁ ବିଏସ୍ଏଫ୍ କର୍ମୀ ଧରିବା ସହ ପୁଲିସଖ ଷ୍ଟେସନ୍କୁ ନେଇ ଯାଇଥିଲେ। ପରେ ତାଙ୍କୁ ଅମୃତସରର ସେଣ୍ଟ୍ରାଲ୍ ଜେଲ୍ରେ ରଖା ଯାଇଥିଲା।
ସେ ଆହୁରି ବି କହିଛନ୍ତି କି , ‘ଜେଲ୍ କର୍ତ୍ତୃପକ୍ଷଙ୍କ ଜରିଆରେ ମୁଁ ଭାରତୀୟ ସାରକାରଙ୍କ ନିକଟକୁ ଶାହାରୁଖ ଓ କାଜଲଙ୍କୁ ଭେଟିବା ପାଇଁ ଏକ ବନ୍ଦୋବସ୍ତ କରନ୍ତୁ ବୋଲି ପତ୍ର ଲେଖିଥିଲି। ମାତ୍ର କୌଣସି ଉତ୍ତର ଆସିନଥିଲା।’ ଅବ୍ଦୁଲା ଏହି ୨ ଷ୍ଟାର୍ଙ୍କୁ ଭେଟିବା ପାଇଁ ଭିସା ଆବେଦନ ବି କରିଥିଲେ। ମାତ୍ର ସେଥିରେ ବି ସେ ସଫଳ ହୋଇ ପାରିନଥିଲେ। କାଳେ ଏଭଳି ଭାବେ ସଫଳ ହେବେ ଭାବି ପଶି ଆସିଥିଲେ ମାତ୍ର ସେଥିରେ ବି ତାଙ୍କୁ ବିଫଳତା ମିଳିଥିଲା। ସେ ଆଉ ଏପରି ବେନିୟମ ଭାବେ ଭାରତ ଭିତରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି।