କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱକଫ୍ ଆଇନକୁ ବିରୋଧ କରି ହୋଇଥିବା ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଛି। ଆଜି ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ଏହି ଆଇନ ବିରୋଧରେ ଏକଜୁଟ୍ ହୋଇଥିବାବେଳେ ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଉପୁଜିଛି। ଅଞ୍ଚଳରେ ଏକ ପ୍ରମୁଖ ରାସ୍ତାକୁ ବନ୍ଦ କରିବାପାଇଁ ଆନ୍ଦୋଳନକାରୀ ଉଦ୍ୟମ କରିବା ସମୟରେ ପୁଲିସ ଏଥିରେ ହସ୍ତକ୍ଷେପ କରିବାରୁ ସ୍ଥିତି ବିଗିଡ଼ି ଯାଇଛି।
ଆନ୍ଦୋଳନକାରୀମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଏବଂ ପଥର ମାଡ଼ କରିଛନ୍ତି। ଆନ୍ଦୋଳନକାରୀଙ୍କ ଦ୍ବାରା ଏକ ପୁଲିସ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଛି। ତେବେ ମୁର୍ଶିଦାବାଦରେ ଏହି ସଂଘର୍ଷ ପାଇଁ ବିଜେପି ନେତା ଅମିତ ମାଲବ୍ୟ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ସରକାରକୁ ସମାଲୋଚନା କରିଛନ୍ତି। ମାଲବ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ମମତା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି ମାଲବ୍ୟ କହିଛନ୍ତି। ଜଙ୍ଗିପୁରରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ବୋଲି ସେ ଦାବି କରିଛନ୍ତି। ମାଲବ୍ୟ କହିଛନ୍ତି, ମମତା ବାନାର୍ଜୀଙ୍କର ଏହା ମୁସଲମାନ ତୁଷ୍ଟୀକରଣ ନୀତି। ଏହାଦ୍ବାରା ପଶ୍ଚିମବଙ୍ଗ ଅତ୍ୟନ୍ତ ବିପଜ୍ଜନକ ଭାବେ ବାଂଲାଦେଶ ରାସ୍ତାରେ ଆଗକୁ ଯାଉଛି ବୋଲି ମାଲବ୍ୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/09/wgMA7WVhVCSwiyzQt7Vs.jpg)