କିବ୍ : ୟୂକ୍ରେନ୍ରେ ରୁଷ୍ର ଯୁଦ୍ଧ ଯୋଗୁଁ ବିଭିନ୍ନ ରାଷ୍ଟ୍ରରେ ଦୁର୍ଭିକ୍ଷ ଆସିପାରେ। ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଆଜି ଇଟାଲି ସଂସଦକୁ ଉଦ୍ବୋଧନ ଦେବା ସହ ଏଭଳି ଚେତାବନୀ ଦେଇଛନ୍ତି। ଭିଡିଓ ଲିଙ୍କ୍ ଦ୍ବାରା ପଶ୍ଚିମ ନେତାମାନଙ୍କୁ ଉଦ୍ବୋଧନ ଦେଇ ଜେଲେନସ୍କି କହିଛନ୍ତି, ୟୁକ୍ରେନ୍ରେ ଲୋକମାନେ ବଞ୍ଚିବାପାଇଁ ସଂଘର୍ଷ କରୁଛନ୍ତି। ଯୁଦ୍ଧ କେବଳ ୟୁକ୍ରେନ୍ରେ କ୍ଷତି କରିନି, ଯୁଦ୍ଧର ପରିଣାମ ବିଶ୍ବର ଅନ୍ୟ ଅଂଶରେ ମଧ୍ୟ ଅନୁଭୂତ ହେଲାଣି। ୟୁକ୍ରେନ୍ ୟୁରୋପ ଓ ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଖାଦ୍ୟ ରପ୍ତାନିକାରୀ। କିନ୍ତୁ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ରେ ଶସ୍ୟ ଉତ୍ପାଦନ କିଭଳି ହେବ ବୋଲି ଜେଲେନ୍ସ୍କି ପ୍ରଶ୍ନ କରିଛନ୍ତି। ଲେବାନନ୍, ଇଜିପ୍ଟ, ୟେମେନ୍ ଭଳି ରାଷ୍ଟ୍ରମାନେ ୟୁକ୍ରେନ୍ର ଗହମ ଉପରେ ନିର୍ଭର କରନ୍ତି। କିନ୍ତୁ ଯୁଦ୍ଧ ପାଇଁ ଗତ ଗୋଟିଏ ମାସରେ ଗହମ ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଆଗକୁ ଅତି ସାଂଘାତିକ ସ୍ଥିତି ଉପୁଜିବ ବୋଲି ଜେଲେନ୍ସ୍କି କହିଛନ୍ତି।
ଯୁଦ୍ଧ ଅନ୍ୟ ରାଷ୍ଟ୍ରରେ ଦୁର୍ଭିକ୍ଷ ଆଣିପାରେ: ଜେଲେନ୍ସ୍କି
/sambad/media/post_attachments/wp-content/uploads/2022/03/zelensky1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)