ୱାସିଂଟନ: ଇରାନରେ ସମ୍ପ୍ରତି ଅରାଜକତା ପରିସ୍ଥିତି ଦେଖାଦେଇଛି। ଦେଶର ଭୁଶୁଡ଼ା ଅର୍ଥନୀତିକୁ ନେଇ ସାଧାରଣ ଜନତା ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିକ୍ଷୋଭକାରୀଙ୍କୁ ପୁଲିସ ଗୁଳି କରି ହତ୍ୟା କରୁଛି। ବିକ୍ଷୋଭକୁ ଦୃଢ଼ ହସ୍ତରେ ଦମନ କରିବାକୁ ଚେଷ୍ଟା କରି ମଧ୍ୟ ସରକାର ବିଫଳ ହୋଇଛନ୍ତି। ଏପରିସ୍ଥଳେ ସାଧାରଣ ଜନତାଙ୍କୁ ହତ୍ୟା କରାଗଲେ ଆମେରିକା ଚୁପ୍ ବସିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି। ଇରାନ ପ୍ରଥମେ ଆମେରିକା ଆକ୍ରମଣ କଲେ ଆମେ ଛାଡ଼ିବୁ ନାହିଁ ବୋଲି କହିଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଗମ୍ଭୀର ସ୍ତରକୁ ଯିବା ପରେ ଆମେରିକା ଯେକୌଣସି ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଆଶଙ୍କା କରି ଇରାନର ନେତା ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବା ପାଇଁ ଫୋନ୍ କରି କହିଥିବା ଟ୍ରମ୍ପ ଦାବି କରିଛନ୍ତି।
ଇରାନ ବୁଝାମଣା କରିବାକୁ ଚାହୁଛି: ଟ୍ରମ୍ପ
ଆଲୋଚନା ପାଇଁ ଇରାନ ପ୍ରସ୍ତୁତ
ତେହେରାନ: ଇରାନ ଆମେରିକା ସହ ଏହାର ଆଣବିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବାକୁ ଇଚ୍ଛୁକ ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି। କିନ୍ତୁ ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ସେ କୌଣସି ମନ୍ତବ୍ୟ ଦେଇନାହାନ୍ତି, ଯିଏ କହିଛନ୍ତି ଇରାନ ଆମେରିକା ସହ ଏକ ବୈଠକ କରିବାକୁ ତାଙ୍କୁ ଫୋନ କରି କହିଛି। ଇରାନରେ ହସ୍ତକ୍ଷେପ ପାଇଁ ଧମକ ଦେଇଥିବା ଆମେରିକାର ରାଷ୍ଟ୍ରପତି ରବିବାର କହିଛନ୍ତି ଯେ, ଏଭଳି ବୈଠକ ପାଇଁ ଯୋଜନା କରାଯାଉଛି, କିନ୍ତୁ ବୈଠକ ପୂର୍ବରୁ ଯାହା ଘଟୁଛି ସେଥିପାଇଁ ଆମକୁ କାର୍ଯ୍ୟ କରିବାକୁ ପଡ଼ିପାରେ। ରବିବାର ରାତିରେ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି, ଇରାନ ଫୋନ୍ କରିଛି, ସେମାନେ ମୋ ସହ ଆଲୋଚନା କରିବାକୁ ଚାହୁଛନ୍ତି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ୍ ବାଘେଇ କହିଛନ୍ତି ଯେ, ଆମେରିକା ସହିତ ଯୋଗାଯୋଗ ବାଟ ଖୋଲା ରହିଛି। ସେ ଆହୁରି ଦାବି କରିଛନ୍ତି ଯେ, ଦେଶବ୍ୟାପୀ ଶାସନବିରୋଧୀ ବିକ୍ଷୋଭ ବିରୋଧରେ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଇରାନରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି।
AAP MP Raghav Chadha: ଡେଲିଭରି ବଏ ଭୂମିକାରେ ସାଂସଦ ରାଘବ ଚଢ଼ା...
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଇସଲାମିକ୍ ରିପବ୍ଲିକରେ ବ୍ୟାପକ ସରକାର ବିରୋଧୀ ବିକ୍ଷୋଭ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେବା ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖେମିନିଙ୍କ ନିର୍ଦ୍ଦେଶରେ ଇରାନର ଜଣେ ନେତା ତାଙ୍କୁ ଫୋନ୍ କରିଥିଲେ। ରବିବାର ଏୟାରଫୋର୍ସ ୱାନ୍ରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଛନ୍ତି, ଗତକାଲି ଇରାନର ନେତାମାନେ ଫୋନ କରିଥିଲେ। ସେମାନେ ବୁଝାମଣା କରିବାକୁ ଚାହୁଛନ୍ତି। ତେବେ ସେମାନଙ୍କ ସହ କୌଣସି ବୈଠକ ପୂର୍ବରୁ ଆମକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିପାରେ ବୋଲି ଟ୍ରମ୍ପ କହିଛନ୍ତି।
ସେମାନେ ସମସ୍ୟା ଆରମ୍ଭ କରୁଛନ୍ତି, ସେଠାରେ ଲୋକଙ୍କୁ ହତ୍ୟା କରାଯାଉଛି ଯାହା ଅନୁଚିତ। ମୁଁ ଜାଣେ ନାହିଁ ଯେ ସେମାନେ ନେତା କିମ୍ବା କେବଳ ହିଂସା ମାଧ୍ୟମରେ ଶାସନ କରୁଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ସେ ଇରାନ ଭିତରର ପରିସ୍ଥିତି ଉପରେ ପ୍ରତି ଘଣ୍ଟାରେ ଖବର ନେଉଛନ୍ତି। ଇରାନ କିମ୍ବା ଏହାର ସହଯୋଗୀଙ୍କ ଦ୍ୱାରା ସମ୍ଭାବ୍ୟ ପ୍ରତିଶୋଧ ନେଇ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏକ ଖୋଲା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ସେମାନେ ତାହା କରନ୍ତି, ତେବେ ଆମେ ସେମାନଙ୍କୁ ଏପରି ମାରିବୁ ଯାହା ସେମାନେ କଳ୍ପନା କରି ନ ଥିବେ। ଇରାନ ଆମେରିକାର ଆଭିମୁଖ୍ୟକୁ ବୁଝିବା ଉଚିତ। ସୁଲେମାନୀ, ଅଲ-ବାଗଦାଦିଙ୍କୁ ନିପାତ କରାଗଲା, ଇରାନର ଆଣବିକ ବିପଦ ନିଶ୍ଚିହ୍ନ ହୋଇଗଲା ବୋଲି ସେ ସୂଚାଇ ଦେଇଛନ୍ତି।
ରାସ୍ତାକୁ ଓହ୍ଲାଇଲେ ରାଷ୍ଟ୍ରପତି, ମନ୍ତ୍ରୀ
ତେହରାନ: ଇରାନରେ ଏବେ ସରକାର ବିରୋଧୀ ବିଦ୍ରୋହ ଏବଂ ଆନ୍ଦୋଳନ ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆଜି ଏକ ପୃଥକ୍ ଘଟଣାରେ ସରକାରଙ୍କ ସମର୍ଥନରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ରାଲି ହୋଇଛି। ହଜାର ହଜାର ସଂଖ୍ୟାରେ ସରକାରଙ୍କ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଶକ୍ତି ପ୍ରଦର୍ଶନ କରିଛନ୍ତି। ସରକାର ସମର୍ଥିତ ରାଲିରେ ଦେଶର ରାଷ୍ଟ୍ରପତି ଏବଂ ବିଦେଶ ମନ୍ତ୍ରୀଙ୍କ ସମେତ ଇରାନ ସରକାରର ଶୀର୍ଷ ଅଧିକାରୀମାନେ ଯୋଗ ଦେଇଛନ୍ତି। ଆଇଆରଆଇବି (ଇସଲାମିକ ରିପବ୍ଲିକ ଅଫ ଇରାନ ବ୍ରଡକାଷ୍ଟିଙ୍ଗ) ଦ୍ବାରା ଜାରି ଭିଡିଓରେ ଦେଖିବାକୁ ମିିଳିଛି ଯେ ରାଜଧାନୀ ତେହରାନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଗହଣରେ ବିଦେଶ ମନ୍ତ୍ରୀ ଚାଲୁଛନ୍ତି ଏବଂ ସେ କହିଛନ୍ତି, ଇରାନର ଲୋକମାନେ ସୁଦୃଢ଼ ଏବଂ ଉପସ୍ଥିତ ରହିବା ଉଚିତ। ସେମାନଙ୍କ ଉପସ୍ଥିତି ଆମକୁ ଉତ୍ସାହିତ କରୁଛି। ଏହି ଭିଡିଓରେ ଦେଶର ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କୁ ଦେଖିବାକୁ ମିଳିଛି। ରାଲିରେ ଉଦ୍ବୋଧନ ଦେଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି ଯେ ଦେଶରେ ଯେଉଁ ସରକାର ବିରୋଧୀ ଆନ୍ଦୋଳନ ଚାଲିଛି ତାହା ବିଦେଶୀ ସମର୍ଥିତ ଦଙ୍ଗା।
ଜଳୁଛି ଇଟାଭାଟି, ଦୂଷିତ ହେଉଛି ପରିବେଶ: ପ୍ରଶାସନ ନୀରବ
ଭାରତୀୟ ନାଗରିକ ଗିରଫ ଖବରକୁ ଇରାନର ଖଣ୍ଡନ
ବିନା କାରଣରେ ବାହାରେ ନ ବୁଲିବାକୁ ପରାମର୍ଶ
ନୂଆଦିଲ୍ଲୀ: ଇରାନରେ ଏବେ ସରକାର ବିରୋଧୀ ଆନ୍ଦୋଳନ ରାଜଧାନୀ ତେହରାନ ସମେତ ଅନ୍ୟ ପ୍ରମୁଖ ସହର ଗୁଡ଼ିକୁ ଅଚଳ କରିଦେଇଛି। ବିଶୃଙ୍ଖଳା ଏବଂ ବିଦ୍ରୋହ ଚରମ ସୀମାରେ ପହଞ୍ଚିଥିବାବେଳେ ଇରାନରେ ପୁଣି ୬ ଜଣ ଭାରତୀୟ ଗିରଫ ହୋଇଥିବା ନେଇ ଖବର ପ୍ରସାରିତ ହୋଇଛି। କିନ୍ତୁ ଇରାନ ଏହି ଖବରକୁ ଖଣ୍ଡନ କରିଛି। ଏକ୍ସରେ ଏକ ପୋଷ୍ଟ୍ କରି ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତହଲି କହିଛନ୍ତି, ଇରାନରେ ଏବେ ଯାହା ଘଟୁଛି ସେନେଇ କିଛି ବିଦେଶୀ ଏକ୍ସ ଆକାଉଣ୍ଟରେ ଯେଉଁ ଖବର ପ୍ରସାରିତ ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ସେ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ କେବଳ ବିଶ୍ବସନୀୟ ସୂତ୍ରରୁ ଆସୁୂଥିବା ଖବରକୁ ଗ୍ରହଣ କରାଯାଉ। ମିଥ୍ୟା ଏବଂ ଗୁଜବ ଖବରକୁ ଗ୍ରହଣ ନକରିବାପାଇଁ ସେ ଅନୁରୋଧ କରିଛନ୍ତି।
/filters:format(webp)/sambad/media/media_files/2026/01/13/fgjggjddgjbcnbn-2026-01-13-01-32-16.jpg)
ଇତି ମଧ୍ୟରେ ଭାରତ କହିଛି ଯେ ଏହା ଇରାନ ସ୍ଥିତିକୁ ଅତ୍ୟନ୍ତ ଭଲଭାବେ ନିରୀକ୍ଷଣ କରୁଛି। ଇରାନରେ ରହୁଥିବା ଭାରତୀୟ ନାଗରିକମାନେ ବିନା କାରଣରେ ବାହାରେ ନବୁଲିବାପାଇଁ ସରକାର ଅନୁରୋଧ କରିଛନ୍ତି। ବିଦେଶ ସଚିବ ବିକ୍ରମ ମିସ୍ରି ଏକ ସତନ୍ତ୍ର ବିବୃତି ଜାରି କରି କହିଛନ୍ତି ଯେ ଇରାନରେ ଜାରି ରହିଥିବା ସ୍ଥିତି ଉପରେ ଭାରତ କଡ଼ା ନଜର ରଖିଛି। ଇରାନରେ ଏବେ ବହୁ ସଂଖ୍ୟାରେ ଭାରତୀୟ ନାଗରିକ ଏବଂ ଛାତ୍ର ରହୁଥିବା ମିସ୍ରି କହିଛନ୍ତି। ତେବେ ଇରାନରେ ବ୍ୟାପକ କଟକଣା ସତ୍ତ୍ବେ ଭାରତୀୟ ସମୁଦାୟଙ୍କ ସହ ଆମ ଦୂତାବାସର ଯୋଗାଯୋଗ ହୋଇପାରିଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି ଓ କୌଣସି ପ୍ରକାର ସମସ୍ୟାରେ ପଡ଼ିନାହାନ୍ତି। ଉଲ୍ଲେଖଯୋଗ୍ୟ, ଦରବୃଦ୍ଧିକୁ ବିରୋଧ କରି ଇରାନରେ ଡିସେମ୍ବର ୨୮ ତାରିଖରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ଆନ୍ଦୋଳନ ଏବେ ଅତି ଭୟଙ୍କର ରୂପ ନେଇଛି। ଆମେରିକାର ଏକ ହ୍ୟୁମାନ ରାଇଟ୍ସ ଆକ୍ଟିଭିଷ୍ଟ୍ସ ନ୍ୟୁଜ୍ ଏଜେନ୍ସି ( ଏଚ୍ଆରଏଏନଏ) ଅନୁଯାୟୀ ଇରାନରେ ସରକାର ବିରୋଧୀ ବିଦ୍ରୋହ ସମୟରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୦,୬୦୦ ଲୋକ ଅଟକ ରହିଛନ୍ତି। ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୪୯୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪୮ ଜଣ ହେଉଛି ସୁରକ୍ଷାବାହିନୀର ସଦସ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/13/jdgdgjbcnbn-2026-01-13-01-31-25.jpg)