ନୂଆଦିଲ୍ଲୀ: ମସ୍କୋ ସେନା ଘେରରେ ଥିବା ୟୁକ୍ରେନ୍ର ଅନ୍ୟତମ ପ୍ରମୁଖ ନଗର ମାରିଓପୋଲ୍ରେ ଜଳ ଓ ବିଜୁଳି ଯୋଗାଣ ବ୍ୟାହତଜନିତ ମାନବୀୟ ସଙ୍କଟ ଉତ୍କଟ ହେଉଥିବା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଦାବି କରିଛନ୍ତି ଯେ, ଯୁଦ୍ଧ ‘ଯୋଜନା ମୁତାବକ’ ଚାଲିଛି।
ରାଷ୍ଟ୍ରୀୟ ଟେଲିଭିଜନ୍ରେ ‘ନିରାପତ୍ତା ପରିଷଦ୍’ ପ୍ରସାରଣରେ ପୁଟିନ୍ କହିଛନ୍ତି, ଯୋଜନା ମୁତାବକ, ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ୟୁକ୍ରେନ୍ରେ ସ୍ବତନ୍ତ୍ର ସାମରିକ ଅଭିଯାନ ଚାଲିଛି। ସବୁ ପ୍ରକାର କାମ ସଠିକ୍ ରୂପେ ସମ୍ପାଦିତ ହେଉଛି।
Image Courtesy of Al Jazeeraସେପଟେ, ଗୁରୁବାର ଦିନ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଥିଲେ ଯେ, ବିଜୁଳି, ଜଳ ଓ ଉତ୍ତାପ ଯୋଗାଣ ଅବରୋଧ କରି ଦକ୍ଷିଣପୂର୍ବ ୟୁକ୍ରେନୀୟ ବନ୍ଦର ନଗରୀ ମାରିଉପୋଲ୍କୁ ଅବରୋଧ କରିବାକୁ ରୁଷୀୟ ସେନା ଉଦ୍ୟମ କରୁଛନ୍ତି। ବାସିନ୍ଦାମାନେ ଯେମିତି ସହର ଛାଡ଼ି ପଳାୟନ କରି ନ ପାରନ୍ତି, ସେଥିପାଇଁ ବୋମା ବର୍ଷଣ ମଧ୍ୟ ଚାଲିଛି।
Image Courtesy of NDTVଏକ ଭିଡିଓ ପ୍ରସାରଣରେ ମେୟର୍ ଭାଦିମ୍ ବାୟୋଚେଙ୍କୋ କହିଛନ୍ତି, ରୁଷ୍ର ୟୁକ୍ରେନ୍ ଆକ୍ରମଣ ଦ୍ବିତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଗତ ୨୪ ଘଣ୍ଟା ହେବ ନିରବଚ୍ଛିନ୍ନ ବୋମା ବର୍ଷଣ ସହ ବନ୍ଦର ନଗରୀରେ ଭୟାବହ ଲଢ଼େଇ ଚାଲିଛି।
ନଗରୀ ପରିଷଦ୍ ମଧ୍ୟ ଜାରି କରିଥିବା ବିବୃତିରେ କହିଛି, ମାରିଉପୋଲ୍ ଜଳୁଛି। ମହିଳା, ପିଲା ଏବଂ ବୟୋଜ୍ୟେଷ୍ଠମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଆମ ଦେଶ ଧ୍ବଂସ ହୋଇଯାଇଛି। ଏହା ୟୁକ୍ରେନ୍ ନରସଂହାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/War-Going-As-Per-Plan_Thumbnail.jpg)