କୋଲକାତା : ପଶ୍ଚିମବଙ୍ଗରେ କଟ୍ମନି ଅଡିଓ ଟେପ୍ ଚର୍ଚ୍ଚାରେ ରହିଛି। ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଭିତରେ ଏବେ ଜାରି ହୋଇଥିବା ଏକ ନୂଆ ଅଡିଓ ଟେପ୍ ଟିଏମ୍ସିର ସଙ୍କଟ ବଢ଼ାଇ ଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ୪୦ କୋଟି ଟଙ୍କା ଲାଞ୍ଚ ନେଇଥିବା ଏହି ଅଡିଓ ଟେପ୍ରେ ଶୁଣିବାକୁ ମିଳିଛି। ଏହି ଅଡିଓ ଟେପ୍ ଜି ନ୍ୟୁଜ୍କୁ ହସ୍ତଗତ ହୋଇଛି। ଏ ବାବଦରେ ୩ଟି ଅଡିଓ କ୍ଲିପ୍ ଜାରି ହୋଇଛି। ଗୋଟିଏ ଅଡିଓ କ୍ଲିପ୍ରୁ ଜାଣିବାକୁ ମିଳିଛି ଯେ, ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ୨ ବର୍ଷ ମଧ୍ୟରେ ୪୦ କୋଟି ଲାଞ୍ଚ ନେଇଛନ୍ତି। ତେବେ ଏହି ଅଡିଓ କ୍ଲିପ୍ଗୁଡ଼ିକ କେତେଦୂର ସତ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟ ଏକ ଅଡିଓ କ୍ଲିପ୍ରେ ଶୁଣିବାକୁ ମିଳୁଛି ଯେ, ମମତା ବାନାର୍ଜୀ ଧ୍ରୁତରାଷ୍ଟ୍ର ସଦୃଶ ଏବଂ ତାଙ୍କର ସମସ୍ତ ନିଷ୍ପତ୍ତି ଅଭିଷେକ ବାନାର୍ଜୀଙ୍କ ଦ୍ବାରା ହିଁ କାର୍ଯ୍ୟକାରୀ କରିଥାନ୍ତି। ଏହି କାରଣ ପାଇଁ ହିଁ ଅଧିକାଂଶ ଟିଏମ୍ସି ନେତା ଦଳ ଛାଡ଼ି ଦେଇଛନ୍ତି। କୋଇଲା ଦୁର୍ନୀତି ଅଭିଯୁକ୍ତ ଅନୁପ ମାଂଝିଙ୍କ ଘନିଷ୍ଠ ସହଯୋଗୀ ଗଣେଶ ବଗରିଆଙ୍କ ଏହି ରେକର୍ଡିଂ ଜାରି ହେବା ପରେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି।
ପଶ୍ଚିମବଙ୍ଗରେ କଟ୍ମନି ଅଡିଓ ଟେପ୍ ଚର୍ଚ୍ଚାରେ
/sambad/media/post_attachments/wp-content/uploads/2021/04/westbengal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)