ପାକ୍ ନେତା ରେହେମାନ ମଲିକଙ୍କ ଭାରତ ବିରୋଧୀ ବୟାନର ମୁହଁତୋଡ଼ ଜବାବ ଦେଲେ ଓଡ଼ିଶା ସାଂସଦ : ପାକ୍ ମାଟିରେ ପାକିସ୍ତାନର ମୁଖା ଖୋଲିବା ପାଇଁ ପ୍ରସ୍ତୁତ
ଭୁବନେଶ୍ବର: ପାକିସ୍ତାନୀ ରାଜନେତା ରେହମାନ୍ ମଲିକ୍ ଓ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଡ.ସସ୍ମିତ୍ ପାତ୍ରଙ୍କ ମଧ୍ୟରେ ଟ୍ୱିଟରରେ ଜବରଦସ୍ତ କଥା କଟାକଟି ଏବେ ଚର୍ଚ୍ଚାରେ । ପାକିସ୍ତାନୀ ରାଜନେତା ତଥା ପୂର୍ବତନ ଗୃହମନ୍ତ୍ରୀ ରେହମାନ୍ ମଲିକ୍ ଓ ସାଂସଦ ସସ୍ମିତ ପାତ୍ର ସାମ୍ନାମାମ୍ନି ହୋଇଛନ୍ତି । ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଟ୍ୱିଟରରେ ବିଷୋଦଗାର କରିଥିଲେ ରେହମାନ୍ । କେବଳ ଏତିକି ନୁହେଁ, ଭାରତ ଆତଙ୍କବାଦ ସୃଷ୍ଟି କରୁଛି ବୋଲି ମଧ୍ୟ ଟ୍ୱିଟରରେ ଲେଖିଥିଲେ ସେ । ଆଉ ଏହାର କଡ଼ା ସମାଲୋଚନା କରିବା ସହ ପାକିସ୍ତାନୀ ନେତା ରେହମାନ ମଲିକଙ୍କୁ ମୁହଁତୋଡ଼୍ ଜବାବ ଦେଇଛନ୍ତି ସସ୍ମିତ ପାତ୍ର ।
ଟ୍ୱିଟରରେ ଭାରତକୁ ମିଛୁଆ ରାଷ୍ଟ୍ର କହିବା ସହ ମୋଦୀଙ୍କୁ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିରେ ଲାଇଭ୍ ଡିବେଟ୍ ପାଇଁ ଆହ୍ୱାନ କରିଥିଲେ ରେହମାନ । ପାକିସ୍ତାନ ନୁହେଁ ବରଂ ଭାରତର ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏବଂ ନିର୍ବାଚନ ଜିତିବା ପାଇଁ ଆରଏଏସ୍ ପ୍ରଶିକ୍ଷିତ ଆତଙ୍କବାଦୀ ଆତଙ୍କ ଖେଳାଇ ବିଜେପିକୁ ଜିତାଇବାକୁ ଷଡ଼ଯନ୍ତ୍ର କରୁଛି ବୋଲି ମନ୍ତବ୍ୟ ଦେଇଥିଲେ ପାକିସ୍ତାନୀ ରାଜନେତା।
Yes Doctor I am in a Pak & take me on line or will be happy to expose ur PM Modi and I am prepared to invite u to Pakistan or I am ready to come to india for the debate but condition is that PM Modi must be sitting with u and I will alone handle u both. Thanks for honouring me https://t.co/vPWIlu2b8y
— Senator Rehman Malik (@SenRehmanMalik) October 20, 2019
ଆଉ ଏପରି ଭାରତ ବିରୋଧୀ ବୟାନର ମୁହଁତୋଡ଼୍ ଜବାବ ଦେଇଛନ୍ତି ସାଂସଦ ସସ୍ମିତ ପାତ୍ର । ବିବିସିରେ ଲାଇଭ୍ ଡିବେଟ୍ କରିବା ପାଇଁ ସେ ପାକିସ୍ତାନ ଯିବାପାଇଁ ପ୍ରସ୍ତୁତ ବୋଲି କହିବା ସହ କ୍ୟାମେରା ସାମ୍ନାରେ ପାକିସ୍ତାନ ମାଟିରେ ହିଁ ପାକିସ୍ତାନର ମୁଖା ଖୋଲିବା ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି ଡ.ପାତ୍ର । ଏଥିସହ ଦମ୍ ଥିଲେ ମୋ ସାମ୍ନା କର ବୋଲି ଖୋଲା ଆହ୍ବାନ ଦେଇଛନ୍ତି ବିଜେଡ଼ି ନେତା ।
ସୂଚନାଯୋଗ୍ୟ ପୂର୍ବରୁ ଅର୍ନ୍ତଜାତୀୟ ମଂଚରେ ପାକିସ୍ତାନର ଅସଲ ମୁଖାଖୋଲି ଥିଲେ ବିଜେଡ଼ି ସାଂସଦ । ଆଇପିୟୁ ଜେନେରାଲ୍ ଆସେମ୍ଲିରେ ପାକିସ୍ତାନର ମିଛ ପଦାରେ ପକାଇଥିଲେ । ଆଉ ଏହାର ପ୍ରତିକ୍ରିୟାରେ ପାକିସ୍ତାନୀ ନେତା, ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କରିଥିଲେ । ଆଉ ତା’ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଟ୍ୱିଟ ଯୁଦ୍ଧ ।