ମସ୍କୋ: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର କହିଛନ୍ତି ୟୁକ୍ରେନ ପ୍ରସଙ୍ଗରେ ତାଙ୍କ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଚୀନ୍ ଗସ୍ତ ପୂର୍ବରୁ ଏକ ସାକ୍ଷାତକାରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଚୀନ୍ର ଅଫିସିଆଲ୍ ନ୍ୟୁଜ୍ ଏଜେନ୍ସି ଶିହ୍ନୁଆକୁ ଦେଇଥିବା ଏକ ସାକ୍ଷାତକାରରେ ପୁଟିନ୍ କହିଛନ୍ତି ରୁଷିଆ ଆଲୋଚନା ପାଇଁ ପ୍ରସ୍ତୁତ।
ଭ୍ଲାଡିମିର୍ ପୁଟିନ୍ କହିଛନ୍ତି ରୁଷିଆ ସମେତ ବିବାଦ ସହ ଜଡିତ ସମସ୍ତ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ଆଲୋଚନା କରାଯିବା ଉଚିତ୍। ସେ କହିଛନ୍ତି, ଆମେ ୟୁକ୍ରେନ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ଏହି ଆଲୋଚନାରେ ବିବାଦ ଥିବା ସମସ୍ତ ଦେଶର ହିତକୁ ଧ୍ୟାନରେ ରଖିବାକୁ ପଡ଼ିବ।
ବୁଧବାର ତାଙ୍କ ମୁଖପାତ୍ର ସେରହି ନିକିଫୋରୋଭ ଏହି ସୂଚନା ଦେଇଛନ୍ତି। ଗତ ସପ୍ତାହରେ, ରୁଷିଆ ଉତ୍ତର-ପୂର୍ବରେ ୟୁକ୍ରେନର ଦ୍ୱିତୀୟ ସହର ଖାର୍କିଭ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଏବଂ ବାୟୁ ଆକ୍ରମଣ କରିଥିଲା।
ବିଶ୍ଳେଷକମାନେ ଏହି ଆକ୍ରମଣକୁ ଯୁଦ୍ଧରେ କିଭ୍ ପାଇଁ ସବୁଠାରୁ ବିପଜ୍ଜନକ ବୋଲି କହିଛନ୍ତି। ମସ୍କୋର ସେନା ଏହି ଅଞ୍ଚଳର ଅନେକ ଗାଁକୁ ଦଖଲ କରିଛି। ରୁଷିଆର କ୍ଷେପଣାସ୍ତ୍ର ଖାର୍କିଭ ଉପରେ ବୋମା ପକାଉଛି। ଖାର୍କିଭକୁ ଦଖଲ କରିବା ପାଇଁ ରୁଷିଆ ଏହି ସହର ଉପରେ ଆକ୍ରମଣ ଆରମ୍ଭ କରିଛି । ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ସୈନିକ ଅଭାବର ସମ୍ମୁଖୀନ ହେଉଥିବା କିଭର ସାମରିକ ନେତୃତ୍ୱ କହିଛନ୍ତି ଯେ ଖାର୍କିଭରୁ କିଛି ସୈନିକଙ୍କୁ ପ୍ରତ୍ୟାହାର କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/14-7.jpg)