୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିପାରେ ୟୁକ୍ରେନ ଯୁଦ୍ଧ : ବ୍ରିଟିଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ୟୁକ୍ରେନ ଯୁଦ୍ଧ କେବେ ଶେଷ ହେବ, ତାହାକୁ ନେଇ ବିଶ୍ବବାସୀ ଚାହିଁରହିଥିବାବେଳେ ଭାରତ ଗସ୍ତରେ ଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ଏହି ଯୁଦ୍ଧ ୨୦୨୩ ଶେଷ ପର୍ଯ୍ୟନ୍ତ ଚାଲିବାର ଆଶଙ୍କା ରହିଛି ।

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ, ଏହି ଯୁଦ୍ଧର କୌଣସି ତୁରନ୍ତ ସମାଧାନ ବାହାରିବା ପରି ଲାଗୁନାହିଁ । ଏହି ଯୁଦ୍ଧ ଆସନ୍ତା ବର୍ଷ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାଗୁଡ଼ିକ ଯେଉଁ ଆକଳନ କରୁଛନ୍ତି ତାହା ଏକ ପ୍ରକୃତ ସମ୍ଭାବନା ହୋଇପାରେ ।

ଅନ୍ୟପକ୍ଷରେ ଏହି ଯୁଦ୍ଧ ପ୍ରସଙ୍ଗରେ ଭାରତର ଭୂମିକାକୁ ନେଇ ଆମେରିକା ଓ ଆଉ କେତେକ ଦେଶ ପ୍ରଶ୍ନ ଉଠାଉଥିବାବେଳେ ମୋଦୀଙ୍କୁ କ୍ଲିନ ଚିଟ ଦେଇଛନ୍ତି ଜନସନ । ସେ କହିଛନ୍ତି ଯେ, ଯୁଦ୍ଧ ବନ୍ଦ ପାଇଁ ମୋଦୀ ଉଦ୍ୟମ କରିଛନ୍ତି । ଭାରତ ମଧ୍ୟ ବୁଚା ଗଣହତ୍ୟାକୁ କଠୋର ଭାଷାରେ ନିନ୍ଦା କରିଛି । ୟୁକ୍ରେନ ଯୁଦ୍ଧ ବନ୍ଦ ହେଉ ଓ ରୁଷ ସୈନ୍ୟ ୟୁକ୍ରେନରୁ ଫେରନ୍ତୁ ବୋଲି ଭାରତ ଚାହୁଁଛି । ଅବଶ୍ୟ ମସ୍କୋ ସହିତ ଭାରତର ଐତିହାସିକ ସମ୍ପର୍କ ରହିଛି । ଆମେ ତାହାକୁ ସମ୍ମାନ ଜଣାଉଛୁ ।

ସମ୍ବନ୍ଧିତ ଖବର