ଭାରତ ସହ ଯୁଦ୍ଧ ଏକ ବିକଳ୍ପ ନୁହେଁ: ପାକ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ୍‌: ଭାରତ ସହ ଯୁଦ୍ଧ ଏକ ବିକଳ୍ପ ନୁହେଁ, ଦ୍ୱିପାକ୍ଷିକ ଆଲୋଚନା ଦ୍ୱାରା କଶ୍ମୀର ସମସ୍ୟା ସହ ଅନ୍ୟ ପ୍ରସଙ୍ଗଗୁଡ଼ିକର ସମାଧାନ ସମ୍ଭବ ବୋଲି ମତବ୍ୟକ୍ତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକ୍ୱାନ୍‌ ଅବ୍ଦାସି।

ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସର ସାଉଥ ଏସିଆ ସେଣ୍ଟର ପକ୍ଷରୁ ଆୟୋଜିତ ‘ଫ୍ୟୁଚର ଅଫ ପାକିସ୍ତାନ ୨୦୧୭’ ଶୀର୍ଷକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଅବ୍ଦାସି ଉପରୋକ୍ତ ମନ୍ତବ୍ୟ ଦେବା ସହ ଭାରତ-ପାକିସ୍ତାନ ମଧ୍ୟରେ ‘କାଶ୍ମୀର’ ହେଉଛି ପ୍ରମୁଖ ପ୍ରସଙ୍ଗ ବୋଲି ସ୍ପଷ୍ଟ କରିଛନ୍ତି, ଯେ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିବ ବୋଲି ଅବ୍ଦାସି ମତବ୍ୟକ୍ତ କରିଛନ୍ତି।

ଲଣ୍ଡନ ସ୍କୁଲ ଅଫ୍‌ ଇକୋନମିକ୍ସର ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ବର୍ତ୍ତମାନ ପରିପ୍ରେକ୍ଷୀ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ଭାବନା କମ୍‌। କାରଣ ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାରତ ତା’ପର ନିର୍ବାଚନକୁ ଯିବ। ଏ ପରିପ୍ରେକ୍ଷୀରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ଦିଗରେ କୌଣସି ବଡ଼ ଧରଣର ଉଦ୍ୟମ ଆଶା କରିବା ସମୀଚିନ ନୁହେଁ।

ସମ୍ବନ୍ଧିତ ଖବର