ଶ୍ରୀନଗର: ଆସନ୍ତାକାଲି ଅପରେସନ୍ ସିନ୍ଦୂରକୁ ୪ ମାସ ପୂରିବ। ଜମ୍ମୁ ଏବଂ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ ମେ ୭ ତାରିଖରେ ହୋଇଥିଲା ଏହି ଅପରେସନ୍। ଆମେ ଜାଣନ୍ତି ଯେ ଏହା ୩ ଦିନ ମଧ୍ୟରେ ଶେଷ ହୋଇ ଯାଇଥିଲା। ମାତ୍ର ସତ କଥା ହେଉଛି ଏହା ନି ଦିନ ମଧ୍ୟରେ ସମାପ୍ତ ହୋଇନଥିଲା ବରଂ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରହିଥିଲା। ଏନେଇ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଦିନ ମନ୍ତବ୍ୟ ଦେଇଛନ୍ତି।
ସେ କହିଛନ୍ତି, "ଆପଣ ହୁଏତ ଭାବୁଥିବେ ଯେ ମେ ୧୦ ତାରିଖରେ ଭାରତୀୟ ସେନାର ଅପରେସନ୍ ବନ୍ଦ୍ ହୋଇ ଯାଇଥିଲା; ମାତ୍ର ନା, କାରଣ ଏହା ଦୀର୍ଘ ସମୟ ଧରି ଜାରି ରହିଥିଲା। ସେ ସମୟରେ ଯେତେ ପ୍ରକାରର ନିଷ୍ପତ୍ତି ସବୁ ନିଆଯାଇଥିଲା; ନିଶ୍ଚୟ ସେଗୁଡ଼ିକୁ ଏଠାରେ କହିବା କଷ୍ଟକର ହେବ। ସେ ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଏପରି କହିଛନ୍ତି।
ଭାରତ-ପାକିସ୍ତାନ ସୀମାରେ ଜାରି ରହିଥିବା ଚ୍ୟାଲେଞ୍ଜଗୁଡ଼ିକୁ ସମ୍ବୋଧିତ କରି ଜେନେରାଲ ଦ୍ୱିବେଦୀ ମନ୍ତବ୍ୟ ଦେଇଥିଲେ ଯେ ଖୁବ୍ ଶୀଘ୍ର ନିୟନ୍ତ୍ରଣ ରେଖାରେ ଅପରେସନ ସିନ୍ଦୂରର ପ୍ରଭାବ ଆକଳନ କରାଯିବ। ସେ ଦର୍ଶାଇଥିଲେ ଯେ ପାକ୍-ସମର୍ଥିତ ଆତଙ୍କବାଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସୀମାରେ ଅନୁପ୍ରବେଶ ପ୍ରୟାସ ଏବେ ବି ଜାରି ରହିଛି।
"ଅପରେସନ୍ ସିନ୍ଦୂରର ନିୟନ୍ତ୍ରଣ ରେଖା ପରିସ୍ଥିତି ଉପରେ ପ୍ରଭାବ ପକାଇଛି। ଆମେ ସମସ୍ତେ ଜାଣୁ ଯେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଖସି ପଳାଇଛନ୍ତି। ଏବେ ବି ଅନୁପ୍ରବେଶ ଜାରି ରହିଛି’’ ବୋଲି ଦ୍ବିବେଦୀ କହିଛନ୍ତି। ସେନା ମୁଖ୍ୟ ଅପରେସନ୍ ସମୟରେ ସଶସ୍ତ୍ର ବାହିନୀ ମଧ୍ୟରେ ସମନ୍ୱୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/09/06/new-project-62-2025-09-06-12-50-00.jpg)