ଭାରତର ସର୍ବବୃହତ ହସ୍ପିଟାଲରେ ଥିବା ୱାର୍ଡର ନାମ ଗଲୱାନ ସଂଘର୍ଷରେ ମୃତ୍ୟୁବରଣ କରିଥିବା ଯବାନଙ୍କ ନାମରେ ରଖାଯିବ: ଡିଆରଡିଓ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଭାରତର ସବୁଠାରୁ ବଡ କୋଭିଡ-୧୯ ଡାକ୍ତରଖାନାରେ ଥିବା ବିଭିନ୍ନ ୱାର୍ଡର ନାମକରଣ କରାଯିବ ବୋଲି ସୂଚନା ମିଳିଛି । ଗତ ଜୁନ ୧୫ତାରିଖରେ ଗଲୱାନ ଘାଟିରେ ଚୀନ ସେନା ସହ ଲଢ଼ି ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ନାମରେ ଡାକ୍ତରଖାନାରେ ଥିବା ବିଭିନ୍ନ ୱାର୍ଡର ନାମକରଣ କରିବାକୁ ନିଷ୍ପତ୍ତି ନେଇଛି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖର ଲେହ ଗସ୍ତରେ ଯାଇ ଆହତ ଯବାନମାନଙ୍କୁ ଭେଟିଥିବା ବେଳେ ଡିଆରଡିଓ ଏଭଳି ନିଷ୍ପତ୍ତି ନେଇଛି ।

ସର୍ଦ୍ଦାର ବଲଭଭାଇ ପଟେଲ ହେଉଛି ଭାରତର ସର୍ବବୃହତ ହସ୍ପିଟାଲ, ଯାହା ଦକ୍ଷିଣ ଦିଲ୍ଲୀରେ ଅସ୍ଥାୟୀ ଭାବରେ ଏକ ଡାକ୍ତରଖାନା ନିର୍ମାଣ କରିଛି । ଏହି ଡାକ୍ତରଖାନାରେ ଏକା ସମୟରେ ୧୦,୦୦୦ କରୋନାଭାଇରସ୍ ରୋଗୀଙ୍କୁ ଚିକିତ୍ସା କରିବାର କ୍ଷମତା ରହିଛି। ଏହାର ଆକାର ୧,୭୦୦ ଫୁଟ୍‌ ଲମ୍ବ ଏବଂ ୭୦୦ ଫୁଟ୍‌ ଚଉଡ଼ା । ଏଠାରେ ୨୦୦ଟି ଏନ୍‌କ୍ଲୋଜର ରହିଥିବା ସହ ପ୍ରତି ଏନ୍‌କ୍ଲୋଜରରେ ୫୦ଟି ବେଡ୍‌ ରହିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁରୋଧ ପରେ ଏହି ଡାକ୍ତରଖାନାକୁ ଆଇଟିବିପିର ଡାକ୍ତରୀ ବିଶେଷଜ୍ଞମାନେ ପରିଚାଳନା କରୁଛନ୍ତି।

India lodges protest with Pakistan for more than 2,400 ceasefire ...
Hindustan Times

ସର୍ଦ୍ଦାର ଭାଲାଭଭାଇ ପଟେଲ କେନ୍ଦ୍ରର ଦୁଇଟି ବିଭାଗ ରହିଛି । କରୋନା ଲକ୍ଷଣ ନଥିବା ରୋଗୀଙ୍କ ଚିକିତ୍ସା ପାଇଁ  – କୋଭିଡ କେୟାର ସେଣ୍ଟର ଏବଂ ଅଧିକ ଗୁରୁତର ମାମଲାର ଚିକିତ୍ସା ପାଇଁ ଉତ୍ସର୍ଗୀକୃତ କୋଭିଡ ହେଲଥ କେୟାର  | କୋଭିଡ କେୟାର ସେଣ୍ଟରରେ ୯୦ପ୍ରତିଶତ ଶଯ୍ୟା ଥିବାବେଳେ କୋଭିଡ ହେଲଥ କେୟାରରେ ୧୦ପ୍ରତିଶତ ଶଯ୍ୟା ରହିଛି|

ସମ୍ବନ୍ଧିତ ଖବର