ନୂଆଦିଲ୍ଲୀ : ବିଗତ ବର୍ଷମାନଙ୍କ ତୁଳନାରେ ଏ ବର୍ଷ ଶୀତ ହେବ ନାହିଁ । ଏ ବର୍ଷ ଏପର୍ଯ୍ୟନ୍ତ ଭଲଭାବରେ ଶୀତ ପଡିନାହିଁ । ଆଗକୁ ମଧ୍ୟ ସେଭଳି ଶୀତ ହେବାର ସମ୍ଭାବନା ନାହିଁ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଏବର୍ଷ ଡିସେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ବିଗତ ବର୍ଷଗୁଡ଼ିକ ତୁଳନାରେ ଟିକିଏ ଅଧିକ ଉଷୁମ ରହିବ । ଏହି ମାସଗୁଡିକରେ ହାରାହାରି ତାମପାତ୍ରା ଅନ୍ୟ ବର୍ଷ ତୁଳନାରେ ଅଧିକ ରହିବ । ସାରା ଦେଶରେ ଏପରି ଅନୁଭୂତ ହେବ । ତେବେ ଦେଶର ହିମାଳୟ ପାର୍ବତ୍ୟାଞ୍ଚଳ ଓ ଅତି ଉତ୍ତରଭାଗରେ ଥଣ୍ଡା ରହିବ ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଅତି ଉତ୍ତରଭାଗକୁ ଛାଡିଦେଲେ ଦେଶର ଅଧିକାଂଶ ଅଞ୍ଚଳରେ ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୦.୫ ଡିଗ୍ରୀ ସେଲସିୟସ ଅଧିକ ରହିବ । କେନ୍ଦ୍ରୀୟ ଓ ଉପକୂଳବର୍ତ୍ତି ଭାରତରେ ହାରାହାରି ତାପମାତ୍ରା ସ୍ୱାଭାବିକଠାରୁ ୧ ଡିଗ୍ରୀ ସେଲସିୟସ ଅଧିକ ରହିବ ବୋଲି ବିଭାଗର ଏମଡି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
ଏବର୍ଷ ଶୀତ ନାହିଁ ! ହାରାହାରି ତାପମାତ୍ରା ଅଧିକ ରହିବ : ଭାରତୀୟ ପାଣିପାଗ ବିଭାଗ
/sambad/media/post_attachments/wp-content/uploads/2019/01/delhi_winters_tihar_1546583492_725x725.jpg)