ସତର୍କ କରାଇଲେ ହୁ ମୁଖ୍ୟ, ଧୂମପାନକାରୀଙ୍କ କରୋନାରେ ମୃତ୍ୟୁ ଆଶଙ୍କା ୫୦% ଅଧିକ

ଜେନେଭା: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଧନମ୍ ଘେବ୍ରିୟେସିସ୍ ଧୂମପାନକାରୀମାନଙ୍କୁ ଏକ ପ୍ରକାର ସତର୍କ କରାଇ ଦେଇଛନ୍ତି। ଧୂମପାନକାରୀଙ୍କୁ ବିଭିନ୍ନ ପ୍ରକାର ଜଟିଳ ରୋଗ ଦେଖାଦେବା ଏବଂ କରୋନାରେ ମୃତ୍ୟୁ ହେବାର ଆଶଙ୍କା ୫୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ବୋଲି ସେ କହିଛନ୍ତି। ତମ‌ା‌ଖୂ ଛ‌ାଡ଼ ପାଇଁ ଅଙ୍ଗିକାରବଦ୍ଧତା ସଂପର୍କିତ ଅଭିଯାନ ଆରମ୍ଭ ପରିପ୍ରେକ୍ଷୀରେ ଜାରି ବିବୃତିରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଧୂମପାନ ଛାଡ଼ିବା ପାଇଁ ୬ ମାସ ପାଇଁ ଲୋକଙ୍କୁ ହ୍ବାଟ୍‌ସଆପ୍, ଭାଇବର, ଫେସବୁକ ମେସେଞ୍ଜର ଏବଂ ୱିଚାର୍ଟ ମାଧ୍ୟମରେ ନୋଟିଫିକେସନ୍ ପଠାଯାଇ ସଚେତନ କରାଯିବା ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ହୁ ମୁଖ୍ୟ ଭାରତର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ସମ୍ମାନିତ କରିଛନ୍ତି। ଦେଶରେ ଇ-ସିଗାରେଟ୍ ଏବଂ ହିଟେଡ ଟବ‌ାକୋ ଉତ୍ପାଦ ବନ୍ଦ କରିବା ଲାଗି ଜାତୀୟ ସ୍ତରରେ ୨୦୧୯ରେ ଆଇନ ପ୍ରଣୟନ ହୋଇଥିବାରୁ ହର୍ଷବର୍ଦ୍ଧନଙ୍କୁ ସମ୍ମାନିତ କରାଯାଇଛି।

ସମ୍ବନ୍ଧିତ ଖବର