ଭାରତ ପାଇଁ ସତର୍କ ଘଣ୍ଟି ! ଏସ-୪୦୦ କିଣୁଥିବା ଦେଶଙ୍କ ପ୍ରତି ଅଧିକ କଠୋର ହେଲା ଆମେରିକା, ତୁର୍କୀର ପାଇଲଟଙ୍କୁ ଆମେରିକା ଛାଡିବାକୁ ନିର୍ଦ୍ଦେଶ

ଓ୍ଵାସିଂଟନ : ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣୁଥିବା ଦେଶମାନଙ୍କ ବିରୋଧରେ ଅଧିକ କଠୋର ହୋଇଛି ଆମେରିକା । ନ୍ୟାଟୋ ସଦସ୍ୟ ରାଷ୍ଟ୍ର ତୁର୍କୀ ଋଷିଆଠାରୁ ଏଫ-୩୫ ଲଢୁଆବିମାନ କରିବାକୁ ଚୁକ୍ତି କରିଥିବାବେଳେ ଏହାକୁ ବାତିଲ କରିବାକୁ ଧମକ ଦେଇଛି ଆମେରିକା । ଏପରିକି ଆମେରିକାରେ ରହି ଏଫ-୩୫ ବିମାନ ଚାଳନା ତାଲିମ ନେଉଥିବା ତୁର୍କୀର ପାଇଲଟମାନଙ୍କୁ ଜୁଲାଇ ୩୧ ସୁଦ୍ଧା ଦେଶ ଛାଡିବାକୁ ଟ୍ରମ୍ପ ପ୍ରଶାସନ କହିଛି । ଆମେରିକାର ଏହି କଠୋର ପଦକ୍ଷେପ ଭାରତ ପାଇଁ ସତର୍କଘଣ୍ଟି ହୋଇଛି । କାରଣ ଆମେରିକାର ବିଭିନ୍ନ ଚାପ ସତ୍ତ୍ୱେ ଭାରତ ଏସ-୪୦୦ କିଣିବା ସ୍ପଷ୍ଟ କରିଦେଇଛି ।

ଦୁଇଦିନ ତଳେ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଥିଲେ ଯେ ଭାରତ ଏସ-୪୦୦ କିଣିବା ପାଇଁ ଚୁକ୍ତି କରିସାରିଛି ଓ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନିଆଯାଉଛି । ଏଣୁ ଏହି ଚୁକ୍ତିରୁ ଓହରିବାର ପ୍ରଶ୍ନ ଉଠୁନାହିଁ । ତେବେ ଏହି ପ୍ରସଙ୍ଗରେ ଆମେ ଆମେରିକା ସରକାର ଓ ୟୁଏସ କଂଗ୍ରେସ ସହ କଥାବାର୍ତ୍ତା ଚାଲୁ ରଖିଛୁ । ଏହାର ସମାଧାନ ମଧ୍ୟ ବାହାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କନ୍ତୁି ଭାରତ ଯଦି କିଣେ ତାହାହେଲେ ଆମେରିକା କେଉଁ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିବ ।

ସମ୍ବନ୍ଧିତ ଖବର