ସେପ୍ଟେମ୍ବର ୧ରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର

ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ପହିଲାରୁ ତମାଖୁ ପ୍ୟାକେଟ୍‌ରେ ନୂଆ ଚେତାବନୀ ଚିତ୍ର ସ୍ଥାନ ପାଇବ। ଏହା ସହିତ ଏକ ନିଃଶୁଳ୍କ ହେଲ୍‌ପଲାଇନ୍ ନମ୍ବର ରହିବ। ଏଥିପାଇଁ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲାବେଲିଂ) ନିୟମ ୨୦୦୮ରେ ସଂଶୋଧନ ଅଣାଯାଇଛି। ତମାଖୁ ବ୍ୟବହାର କରୁଥିବା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ। ତମାଖୁ ପ୍ୟାକେଟ୍‌ରେ ‘କ୍ବିଟ୍‌ କଲ୍ ଟୁଡେ ୧୮୦୦-୧୧-୨୩୫୬’ ବାର୍ତା ମଧ୍ୟ ରହିବ। ତମାଖୁ ସେବନକାରୀମାନେ ଏହି ନମ୍ବରରେ କଲ୍ କରି ତମାଖୁ ବର୍ଜନ ସଂପର୍କିତ ସାହାଯ୍ୟ ଓ ସୂଚନା ହାସଲ କରିପାରିବେ।

ସମ୍ବନ୍ଧିତ ଖବର