ଲଣ୍ଡନରେ ନିରବ ମୋଦି ବିରୋଧରେ ଗିରଫ ପରୱାନା ଜାରି, ଭାରତକୁ ପ୍ରତ୍ୟାର୍ପଣ ଆଶା ବଢିଲା

ଲଣ୍ଡନ : ଲଣ୍ଡନରେ ପଳାତକ ହୀରା ବ୍ୟବସାୟୀ ଓ ପ୍ରାୟ ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବିରୋଧରେ ଗିରଫ ପରଓ୍ଵାନା ଜାରି ହୋଇଛି । ଲଣ୍ଡନର େଓ୍ଵଷ୍ଟମିନିଷ୍ଟର କୋର୍ଟ ଏହି ପରଓ୍ଵାନା ଜାରି କରିଛନ୍ତି । ଏହି ଗିରଫ ପରଓ୍ଵାନା ନିରବକୁ ଭାରତକୁ ପ୍ରତ୍ୟାର୍ପଣର ପ୍ରଥମ ସୋପାନ ବୋଲି କୁହାଯାଉଛି । ଲଣ୍ଡନରେ ନିରବ ମୋଦି ରହୁଥିବା ଆପାର୍ଟମେଣ୍ଟରେ ଅଦାଲତଙ୍କ ଏହି ଆଦେଶ ପ୍ରଦାନ କରାଯାଇଛି ।
ଗତ ୯ ତାରିଖରେ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲା ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ୧୩,୪୦୦ କୋଟି ଟଙ୍କାର ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ୍ ଠକେଇ ଅଭିଯୁକ୍ତ ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ । ଭାରତ-ଇଂଲଣ୍ଡ ଚୁକ୍ତି ଅନୁସାରେ ନୀରବଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟା ପାଇଁ ଲଣ୍ଡନର େଓ୍ଵଷ୍ଟ୍ମିନିଷ୍ଟର୍ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଅନୁମତି ଜରୁରୀ ।

ସମ୍ବନ୍ଧିତ ଖବର