ନିର୍ବାକ୍‌ ପ୍ରଧାନମନ୍ତ୍ରୀ କୁହାଯାଉଥିଲା, କିନ୍ତୁ ମୁଁ ଗଣମାଧ୍ୟମକୁ ଡରୁ ନ ଥିଲି: ମନମୋହନ ସିଂହ

ନୂଆଦିଲ୍ଲୀ: ଗଣମାଧ୍ୟମକୁ ଏଡ଼ାଇ ଯାଉଛନ୍ତି ବୋଲି ଅଭିଯୋଗ ହେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି ଯେ ତାଙ୍କୁ ନିର୍ବାକ୍‌ ପ୍ରଧାନମନ୍ତ୍ରୀ କୁହାଯାଉଥିଲା, କିନ୍ତୁ ସେ କେବେ ଗଣମାଧ୍ୟମ ସହ କଥା କହିବାକୁ ଭୟ କରୁ ନ ଥିଲେ।

ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଉ ନାହାନ୍ତି ବୋଲି ସମାଲୋଚିତ ହେଉଥିବା ମୋଦିଙ୍କର ଜଣେ ବିରୋଧୀ ନେତା ସିଂହଙ୍କୁ ‘ମୌନ-ମୋହନ’ ବୋଲି କହିଥିବାରୁ ସିଂହଙ୍କର ଉପରୋକ୍ତ ବିବୃତି ରାଜନୈତିକ ଆକ୍ଷେପ ବୋଲି କୁହାଯାଉଛି।

ପାଞ୍ଚ ଖଣ୍ଡରେ ବିଭକ୍ତ ନିଜର ପୁସ୍ତକ ‘ଚେଞ୍ଜିଙ୍ଗ୍‌ ଇଣ୍ଡିଆ’ ଉନ୍ମୋଚନ ଉତ୍ସବରେ ସିଂହ କହିଲେ, ମୁଁ ଗଣମାଧ୍ୟମକୁ ଭୟ କରୁଥିବା ପ୍ରଧାନମନ୍ତ୍ରୀ ନ ଥିଲି। ମୁଁ ନିୟମିତ ଗଣମାଧ୍ୟମ ସହ ସାକ୍ଷାତ୍‌ କରୁଥିଲି, ଏବଂ ପ୍ରତି ବିଦେଶ ଗସ୍ତରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ ଡକାଉ ଥିଲି। ସେ ଭଳି ଗୁଡ଼ାଏ ସମ୍ମିଳନୀ କଥା ଏ ବହିରେ ଉଲ୍ଲେଖ କରାଯାଇଛି। ଲୋକେ କହନ୍ତି ମୁଁ ଥିଲି ଜଣେ ନିର୍ବାକ ପ୍ରଧାନମନ୍ତ୍ରୀ, କିନ୍ତୁ ଏ ବହି ନିଜେ ସେ କଥା କହିବ। ପ୍ରଧାନମନ୍ତ୍ରୀ ଭାବେ ମୁଁ ନିଜେ ନିଜର ବଡ଼ିମା ବଖାଣିବାକୁ ଚାହୁଁ ନାହିଁ, କିନ୍ତୁ ଘଟନା ସବୁ ଏ ବହିଗୁଡ଼ିକରେ ବର୍ଣ୍ଣିତ।

ସମ୍ବନ୍ଧିତ ଖବର