‘ୱାସିଂଟନ୍‌ ଷ୍ଟେଟ୍‌’ରେ କୋଭିଡ୍‌-୧୯ ଟିକା ନେଉଥିବା ପ୍ରାପ୍ତ ବୟସ୍କଙ୍କୁ ମାଗଣାରେ ମିଳିବ ଗଞ୍ଜେଇ ସିଗାରେଟ୍‌

ଲସ୍‌ ଆଞ୍ଜେଲେସ୍‌: ମନ୍ଥର ଗତିରେ ଚାଲିଥିବା କୋଭିଡ୍‌-୧୯ ଟିକାକରଣ ହାରକୁ ତ୍ବରାନ୍ବିତ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ‘ୱାସିଂଟନ୍‌ ପ୍ରଦେଶ’ ପ୍ରାପ୍ତ ବୟସ୍କମାନଙ୍କ ଲାଗି ‘ଟିକା ଲାଗି ଗଞ୍ଜେଇ-ସିଗାରେଟ୍‌’ (କାଗଜରେ ବଳା ହୋଇଥିବା ଗଞ୍ଜେଇ) ଅଭିଯାନ ଆରମ୍ଭ କରିଛି।

ଟିକା ନେବା ପରେ ୨୧ ବର୍ଷରୁ ଊର୍ଦ୍ଧ୍ବ ଯେକୌଣସି ପ୍ରାପ୍ତ ବୟସ୍କ ମାଗଣାରେ ‘ଗଞ୍ଜେଇ-ସିଗାରେଟ୍‌’ ପାଇଁ ହକ୍‌ଦାର ବୋଲି ‘ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ଟିକାରକରଣ ପ୍ରସାରର ନିମନ୍ତେ ଏହି ଅଭିଯାନ ଅବିଳମ୍ବେ କାର୍ଯ୍ୟକାରୀ ହୋଇ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୋମବାର ଦିନ ପ୍ରଦେଶର ‘ମଦ ଓ ଗଞ୍ଜେଇ ବୋର୍ଡ’ ଘୋଷଣା କରିଛି।

ସକ୍ରିୟ ଥିବା କୌଣସି ଏକ ଟିକା କେନ୍ଦ୍ରରୁ ପ୍ରଥମ ବା ଦ୍ବିତୀୟ ଡୋଜ୍‌ ଟିକା ନେବା ପରେ ୨୧ ବର୍ଷ ବା ତଦୁର୍ଦ୍ଧ୍ବ ବ୍ୟକ୍ତିବିଶେଷଙ୍କୁ ‘ଗଞ୍ଜେଇ-ସିଗାରେଟ୍‌’ ଯୋଗାଇ ଦେବା ଲାଗି ଖୁଚୁରା ଗଞ୍ଜେଇ ବିକ୍ରେତାଙ୍କୁ ଅନୁମତି ଦେବ ବୋଲି ବୋର୍ଡ କହିଛି। କିନ୍ତୁ, ଏହି ‘ଅଫର୍‌’ କେବଳ ଗଞ୍ଜେଇ-ସିଗାରେଟ୍‌ କ୍ଷେତ୍ରରେ ଲାଗୁ ହେବ , ଖାଇ ହେବା ଭଳି ଅନ୍ୟ କୌଣସି ମାଦକ ଉତ୍ପାଦ ନିମନ୍ତେ ନୁହେଁ।

ସମ୍ବନ୍ଧିତ ଖବର