ଅଲଗା ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର; ଚମତ୍କାର ବ୍ୟାଟିଂ ଦେଖି ଏଭଳି କହିଲା ପାକିସ୍ତାନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ ୨୦୨୨ରେ ସୂର୍ଯ୍ୟଙ୍କ ବ୍ୟାଟିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ପାକିସ୍ତାନ ମଧ୍ୟ ତାଙ୍କ ବ୍ୟାଟିଂର ପ୍ରଶଂସା କରିବା ଆରମ୍ଭ କରିଛି। ସେ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚରେ ୫୦-୫୦-୫୦ ସ୍କୋର କରିଥିବା ବେଳେ କ୍ରିକେଟ୍ କିମ୍ବଦନ୍ତୀମାନେ ମଧ୍ୟ ସୂର୍ଯ୍ୟଙ୍କ ବ୍ୟାଟିଂକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ବିଶେଷକରି ପାକିସ୍ତାନର ପୂର୍ବତନ କ୍ରିକେଟର ୱସିମ ଅକ୍ରମ ଏବଂ ୱକରା ୟୁନିସ୍ ଏକ କ୍ରୀଡ଼ା ଚ୍ୟାନେଲରେ ସୂର୍ଯ୍ୟକୁମାରଙ୍କ ପ୍ରଶଂସା କରିଥିବା ଦେଖାଯାଇଛି । ୱସିମ ଅକ୍ରମ କହିଛନ୍ତି ଯେ, ସୂର୍ଯ୍ୟକୁମାର ଅନ୍ୟ ଗ୍ରହରୁ ଆସିଛନ୍ତି। ସେ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ କେବଳ ଜିମ୍ବାୱେ ବିପକ୍ଷରେ ନୁହେଁ ବରଂ ଭଲ ବୋଲିଂ କରୁଥିବା ଖେଳାଳିଙ୍କୁ ମାତ୍ ଦେଇ ସ୍କୋର କରିଛନ୍ତି।

ଏହା ଶୁଣି ୱକରା ୟୁନିସ୍ କହିଥିଲେ ଯେ, ଚଉକା-ଛକା ମାରି ‌କ୍ରିକେଟ ମଇଦାନର ପ୍ରତ୍ୟେକ କୋଣକୁ ବଲ ପହଞ୍ଚାଇବାର ଦକ୍ଷତା ତାଙ୍କର ଅଛି। ଏହି କାରଣ ପାଇଁ ତାଙ୍କୁ ବର୍ତ୍ତମାନର କ୍ରିକେଟ୍ ଜଗତର ୩୬୦ଡିଗ୍ରୀ ଖେଳାଳି ବୋଲି ମଧ୍ୟ କୁହାଯାଉଛି। ଏହା ଶୁଣି ୱସିମ ଅକ୍ରମ କହିଥିଲେ ଯେ, ଏହାକୁ ନିର୍ଭୟରେ ଖେଳିବା କୁହାଯିବ। ତାଙ୍କର ଦକ୍ଷତା ଥିବା ସହ ‌ସେ ନିର୍ଭୟରେ ଖେଳନ୍ତି। ବଲ୍ ମାଡ ହେଲେ ବି ଭୟ ନାହିଁ। ଏପରି ଖେଳାଳି ଖେଳୁଥିବାର ଦେଖିଲେ ମଜା ଲାଗେ। ତେବେ ବ୍ୟାଟିଂ ପାଇଁ ସୂର୍ଯ୍ୟ ଏବେ ଟି-୨୦ ର଼୍ୟାଙ୍କିଙ୍ଗରେ ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ସମ୍ବନ୍ଧିତ ଖବର