ଓ୍ଵାସିମ ଆକ୍ରମଙ୍କ ଯୌନଜୀବନ ଉପରେ ଆପତ୍ତିଜନକ ଆଲେଖ୍ୟ :ଇମ୍ରାନ ଖାଁଙ୍କ ପୂର୍ବତନ ପତ୍ନୀଙ୍କୁ ଆକ୍ରମଙ୍କ ନୋଟିସ

 

ଇସଲାମବାଦ: କି୍ରକେଟିୟରରୁ ରାଜନେତା ପାଲଟିଥିିବା ଇମ୍ରାନ ଖାଁଙ୍କ ପୂର୍ବତନ ପତ୍ନୀ ରେହେମ ଖାଁଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ପୂର୍ବତନ କ୍ରିକେଟିୟର ଓ୍ଵାସିମ ଆକ୍ରମ। ରେହମ ଖାଁ ତାଙ୍କ  ପ୍ରକାଶିତ ହେବାକୁ ଥିବା ଆତ୍ମଜୀବନୀ ପୁସ୍ତକର ପାଣ୍ଡିଲିପିରେ ଓ୍ଵାସିମ ଆକ୍ରମଙ୍କ ଯୌନଜୀବନ ନେଇ ଯେଉଁ ହଟଚମଟକାରୀ ଖୁଲାସା କରିଛନ୍ତି, ତାର ପ୍ରତିବାଦରେ  ଓ୍ଵାସିମ ଆକ୍ରମ ଏହି ନୋଟିସ ପଠାଇଛନ୍ତି।

ସୂଚନାଯୋଗ୍ୟ ଯେ ଇମ୍ରାନ ଖାଁଙ୍କ ପୂର୍ବତନ ପତ୍ନୀ ରେହମ ଖାଁ ତାଙ୍କ ଆଗାମୀ ଆତ୍ମଜୀବନୀ ପୁସ୍ତକ ‘ରେହମ ଖା’ ପାଇଁ ଯେଉଁ ପାଣ୍ଡୁଲିପି ପ୍ରସ୍ତୁତ କରିଛନ୍ତି ଏହି ପାଣ୍ଡୁଲିପିର କିଛି ଅଂଶ ଇତିମଧ୍ୟରେ ସାମାଜିକ ଗଣମାଧ୍ୟମ ଜରିଆରେ ଲିକ୍‌ ହୋଇ ଯାଇଛିି। ଏହି ଲିକ୍‌ ହୋଇଥିବା ଆତ୍ମଜୀବନୀ ପାଣ୍ଡୁଲିପିରେ ରେହମ ଖାଁ  ଇମ୍ରାନ ଖାଁଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ, ତାଙ୍କ ଛାଡ଼ପତ୍ର ପୂର୍ବର ୧୫ ମାସର ବୈବାହିକ ଜୀବନ ଓ ଅନ୍ୟ ସେଲିବ୍ରିିଟିଙ୍କ ସହିତ ତାଙ୍କର ଘନିଷ୍ଠତା ସମ୍ପର୍କରେ ଉଲେଖ କରିଛନ୍ତି।ଏହି ପାଣ୍ଡୁଲିପିରେ   ରେହମାଙ୍କ ପ୍ରଥମ ସ୍ୱାମୀ ଡ. ଇଜାଜ ରେହେମାନ, ଓ୍ଵାସିମ ଆକ୍ରମ, ଇଂଲଣ୍ଡର ବ୍ୟବସାୟୀ ସୟଦ ଜୁୁଲଫିକର ବୁଖାରୀ ଓ ଇମ୍ରାନ ଖାଁଙ୍କ ରାଜନୈତିକ ଦଳ ତେହେରିକ ଇ ଇନସାଫ ପାର୍ଟିର ମିଡିଆ କୋ ଅର୍ଡିନେଟର ଅନୀଲ ଖଓ୍ଵାଜା ଙ୍କ ସମ୍ପର୍କରେ କେତେକ ଆପତ୍ତିଜନକ କଥା ରେହମ ଖାଁ ଲେଖିଛନ୍ତି। ଫଳରେ ଏହି ୪ ଜଣ ଦାବି କରିଛନ୍ତି ଯେ  ରେହମ ଖାଁ ଏଥିରେ ସେମାନଙ୍କ ଆତ୍ମସମ୍ମାନ ହାନୀ କଲା ଭଳି କଥା ଲେଖିଛନ୍ତି ।

ଏଣୁ ଏହି ୪ ଜଣଙ୍କ ତରଫରୁ  େଓ୍ଵଷ୍ଟ ଲଣ୍ଡନ ଲ ଫାର୍ମ ପକ୍ଷରୁ ରେହମଙ୍କୁ ଲିଗାଲ ନୋଟିସ ପଠାଯାଇଛିି। ସାମାଜିକ ଗଣମାଧ୍ୟମରେ ଲିକ୍‌ହୋଇଥିବା ରେହମ ଖାଙ୍କ ପାଣ୍ଡୁଲିପିର ୪୦୨ଓ ୫୭୨ ପୃଷ୍ଠାରେ   ଓ୍ଵାସିମ ଆକ୍ରମ ତାଙ୍କ ପରଲୋକଗତ ପତ୍ନୀଙ୍କୁ ସହିତ ଅନ୍ୟ ଜଣେ ପୁରଷଙ୍କ ସହିତ ଯୌନକ୍ରୟା ପାଇଁ ବାଧ୍ୟ କରିଥିବା ଉଲ୍ଲେଖ କରିଛନ୍ତି ରେହମ ଖାଁ। ଏହା  ଓ୍ଵାସିମ ଆକ୍ରମ ଓ ତାଙ୍କ ପରଲୋକଗତ ପତ୍ନୀଙ୍କ ପ୍ରତି ଘୋର ଅପମାନ ବୋଲି  ଲ ଫାର୍ମ ପକ୍ଷରୁ ରେହମ ଖାଁଙ୍କୁ ଦିଆଯାଇଥିିବା ଲିଗଲ ନୋଟିସରେ କୁହାଯାଇଛିି। ଏଥିରେ ଆଗାମୀ ୧୪ ଦିନ ମଧ୍ୟରେ ନୋଟିସର ଉତ୍ତର ଦେବା ସହିତ ଏହି  ପାଣ୍ଡୁଲିପିକୁ  ବର୍ତ୍ତମାନ ସ୍ଥିତିିରେ ସେହିପରି ଅବିକଳ ଭାବେ ପ୍ରକାଶିତ ନ କରିବାକୁ ନୋଟିସ ଜାରି କରାଯାଇଛିି।

ସମ୍ବନ୍ଧିତ ଖବର