ଯାନ୍ତ୍ରିକ ତ୍ରୁଟି ପାଇଁ ହରିୟାଣାର କେଏମପି ଏକ୍ସପ୍ରେସୱେରେ ଜରୁରୀକାଳିନ ଅବତରଣ କଲା ଭାରତୀୟ ବାୟୁସେନାର ଚିତା ହେଲିକପ୍ଟର

ଚଣ୍ଡିଗଡ଼: ଯାନ୍ତ୍ରିକ ତ୍ରୁଟି ପାଇଁ ଆଜି ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଛି | ହରିୟାଣାର ଏକ୍ସପ୍ରେସୱେରେ ହେଲିକପ୍ଟରଟି ଅବତରଣ କରିଥିବା ଜଣା ପଡିଛି । ଅବତରଣ ସମୟରେ ହେଲିକପ୍ଟର ଭିତରେ ୪ ଜଣ ବାୟୁସେନା ଯବାନ ଥିଲେ | ତେବେ ଏହି ଘଟଣା ପରେ କେହି ଆହତ ହୋଇ ନଥିବା ଖବର ସାମ୍ନାକୁ ଆସିଛି |

IAF helicopter makes emergency landing on highway in Sonipat ...
India TV

ସୂଚନା ମୁତାବକ, ଆକାଶମାର୍ଗରେ ବାୟୁସେନାର ଚିତା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ପାଇଲଟ ହେଲିକପ୍ଟରକୁ ଅବତରଣ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ | ହରିୟାଣାର କେଏମପି ଏକ୍ସପ୍ରେସୱେ ପାଖାପାଖି ଥିବାରୁ ପାଇଲଟ ସେଠାରେ ହିଁ ହେଲିକପ୍ଟରକୁ ଅବତରଣ କରାଇଥିଲେ | ଏକ୍ସପ୍ରେସୱେରେ ଥିବା ଜଣେ ଯୁବକ ପାଇଲଟଙ୍କୁ ଏକ୍ସପ୍ରେସୱେର ଠିକ ମଝିରେ ହେଲିକପ୍ଟରକୁ ଅବତରଣ କରାଇବାରେ ସାହାଯ୍ୟ କରିଥିଲେ | ଏ ନେଇ ଖବର ମିଳିବା ପରେ ଭାରତୀୟ ବାୟୁସେନା କର୍ମଚାରୀମାନେ ଶୀଘ୍ର ଅବତରଣ ସ୍ଥଳରେ ପହଞ୍ଚି ମରାମତି କାମ ଆରମ୍ଭ କରିଥିଲେ | ମରାମତି ପାଇଁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିବା ବେଳେ ମରାମତି ସରିବା ପରେ ହେଲିକପ୍ଟରଟି ସଫଳତାର ସହ ଉଡ଼ାଣ ଭରିଥିଲା| ହେଲିକପ୍ଟରର ଜରୁରୀକାଳିନ ଅବତରଣ ପରେ କିଛି ସମୟ ପାଇଁ ଗାଡି ଚଳାଚଳ ବନ୍ଦ ରହିଥିବା ବେଳେ ଏବେ ପୁନଃ ଗାଡି ଚଳାଚଳ ଆରମ୍ଭ ହୋଇଛି |

ସମ୍ବନ୍ଧିତ ଖବର