ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଗାଛିବୱଲିସ୍ଥିିତ ଇନ୍‌ଫର୍ମମେସନ୍‌ ଟେକ୍‌ନୋଲୋଜି କରିଡର ନିକଟସ୍ଥ ଫ୍ଲାଏ ଓଭର୍‌ ଉପରୁ ଶନିବାର ଏକ କାର୍‌ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

Advertisment

ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳର ବାୟୋଡିଭରସିଟି ପାର୍କଠାରେ ଘଟିଥିବା ସୂଚନା ରହିଛି। କାର୍‌ଟି ଆୟତ୍ତ ହରାଇବାରୁ ଏହି ଦୁର୍ଘଟଣା ଘଟିଛି। କାର୍‌ଟି ତଳକୁ ଖସିବା ବେଳେ ମହିଳା ଜଣକ ରାସ୍ତା କଡ଼ରେ ଅପେକ୍ଷା କରିଥିଲେ। କାର୍‌ଟି ସିଧା ଉପରୁ ଆସି ମହିଳାଙ୍କ ଉପରେ ପଡ଼ିବାରୁ ଘଟଣାସ୍ଥଳରେ  ମହିଳାଙ୍କର ମୃତ୍ୟୁ ଘଟିଛି।

ସିିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ କାର୍‌ଟି ପ୍ରଥମେ ମହିଳାଙ୍କୁ ଚାପି ଦେବା ପରେ ଯାଇ ଏକ ଗଛରେ ବାଡ଼େଇ ହୋଇ ଯାଇଥିଲା। ମହିଳା ଜଣକ ରାସ୍ତାରେ ଛିଡ଼ା ହୋଇ ରିକ୍ସାକୁ ଅପେକ୍ଷା କରିଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଛି। ତେବେ, ଏହି ଦୁର୍ଘଟଣାରେ ଅନ୍ୟ ଜଣେ ମହିଳାଙ୍କ ସହ ନିଜେ ଗାଡ଼ି ଚାଳକ ଆହତ ହୋଇଛନ୍ତି।