ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିକାଶ ଜୋରସୋରରେ ଆଗେଇ ଚାଲିଛି ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିନରାତି ଭାଷଣ ଦେଇ ଚାଲିଛନ୍ତି। ହେଲେ, ୟୁପିରେ ବିକାଶ ଖାଲି ଭାଷଣରେ! ରାସ୍ତା ପାଲଟିଛି ମୃତ୍ୟୁଯନ୍ତା। ଏହାର ନଗ୍ନ ଉଦାହାରଣ ମଧ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଖରାପ ରାସ୍ତା ବିଷୟରେ ଅଭିଯୋଗ କରୁଥିଲେ ଆଉ ସେଇ ସମୟରେ ଦେଖିବାକୁ ମିଳିଲା ଏକ ଅଜବ ଘଟଣା । ଉତ୍ତରପ୍ରଦେଶର ରାସ୍ତାର ଖରାପ ଅବସ୍ଥା ଥିବା ନେଇ ବାସିନ୍ଦା ଜଣକ ଅଭିଯୋଗ କରୁଥିଲେ ଆଉ ଠିକ ସେହି ସମୟରେ ଏକ ଇ-ରିକ୍ସା ରାସ୍ତା ଉପରେ ଓଲଟି ପଡିଥିଲା ।
ବାଲିଆ ନିବାସୀ ପ୍ରବୀଣ କୁମାର ରାସ୍ତାରେ ଥିବା ଖାଲ ଦ୍ୱାରା ଘଟିଥିବା ଦୁର୍ଘଟଣା ବିଷୟରେ ଅଭିଯୋଗ କରୁଥିଲେ । ଠିକ ସେତେବେଳେ ତାଙ୍କ ପଛରେ ଏକ ଇଲେକ୍ଟ୍ରିକ୍ ଇ-ରିକ୍ସା ରାସ୍ତାରେ ଥିବା ଏକ ପାଣି ଭର୍ତ୍ତି ଗାତ ଭିତରେ ଓଲଟି ପଡିଥିଲା । ରିକ୍ସାରେ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଲୋକମାନେ ଧାଇଁ ଆସିଥିଲେ ଏବଂ ଏହାର ପୁରା ଘଟଣା କ୍ୟାମେରାରେ କଏଦ ହୋଇଥିଲା । ଏହି ଦୁର୍ଘଟଣାରେ ଜଣେ ମହିଳା ମଧ୍ୟ ଆହତ ହୋଇଥିବା ଜଣାପଡିଛି।
ଶ୍ରୀ କୁମାର କହିଛନ୍ତି ଯେ ଅନେକ ଥର ଅଭିଯୋଗ କରିବା ସତ୍ୱେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗତ ଚାରି ବର୍ଷ ହେଲା ରାସ୍ତାଟି ଖରାପ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭଳି ଦୁର୍ଘଟଣା ଦିନକୁ ଅତି କମରେ ୨୦ ଟିରୁ ଅଧିକ ହେଉଛି କିନ୍ତୁ ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଉନାହିଁ ।
ରାସ୍ତାରେ ଖାଲ ଦ୍ୱାରା ଘଟୁଥିବା ଦୁର୍ଘଟଣା ଏକ ସାଧାରଣ କଥା ନୁହେଁ। ଗତ ମାସରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୮ ରୁ ୨୦୨୦ ମଧ୍ୟରେ ରାସ୍ତାରେ ଥିବା ଖାଲ ଯୋଗୁ ସଡକ ଦୁର୍ଘଟଣା ଘଟି ୫,୬୨୬ ଜଣଙ୍କର ମୃତ୍ୟୁ ଘଟିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/rickshaw.jpg)