ଭିଡିଓ ଦେଖନ୍ତୁ: ରାଷ୍ଟ୍ରପତିଙ୍କୁ କିଶୋର କୁମାରଙ୍କ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ ଗୀତ ଶୁଣାଇଲେ ଚେକୋସ୍ଲୋଭିଆ ଗାୟକ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟାରେ ପ୍ରେଗ୍‌ ଠାରେ ଏକ ଇଭେଣ୍ଟ୍‌ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅଭିଭୂତ ହୋଇ ପଡ଼ିଥିଲେ।

ଚେକ୍‌ ରିପବ୍ଲିକ୍‌ ଗସ୍ତରେ ଥିବା କୋବିନ୍ଦ ଏବଂ ତାଙ୍କ ପତ୍ନୀ ଇଉରୋପୀୟ ସହର ପ୍ରେଗ୍‌ରେ ଭାରତୀୟ ଭାରତୀୟ ସମ୍ପ୍ରଦାୟଙ୍କ ଅଭ୍ୟର୍ଥନାରେ ଯୋଗ ଦେଇଥିବା ସମୟରେ ଇଣ୍ଡିଆ-ଚେକ୍‌ ସିନ୍‌ଫୋନିଏଟା ଅର୍କେଷ୍ଟ୍ରା ଗୀତ ଆରମ୍ଭ କରିଥିଲା।

ସେ ଗୀତ ଖାଲି ଗୀତ ନୁହେଁ, ଭାରତରେ ଅତି ଜନପ୍ରିୟ କିଶୋର କୁମାରଙ୍କ ଏକ କ୍ଲାସିକ୍‌- ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’। ଏଇ ଗୀତଟି ୧୯୭୩ ମସିହାର ସିନେମା ‘ବ୍ଲାକ୍‌ମେଲ୍‌’ର। ଏଥିରେ ଧର୍ମେନ୍ଦ୍ର ରାଖିଙ୍କ ପ୍ରତି ଏଇ ଗୀତଟି ଗାଉଥିବା ଚିତ୍ରିତ ହୋଇଥିଲା। ଏ ଗୀତଟିର ପିଚ୍‌, ନୋଟ୍‌ ଏବଂ ନିଖୁଣ ଉଚ୍ଚାରଣ ବଜାୟ ରଖି ଗାଇଥିଲେ ଜଣେ ଚେକ୍‌ ଗାୟକ।

ଅର୍କେଷ୍ଟା ପରିଚାଳନା କରିଥିଲେ କୋଲକାତା ଜନ୍ମିତ ଶିଳ୍ପୀ ଦେବାଶିଷ ଚୌଧୁରୀ। ସେଠାରେ ସମବେତ ହୋଇଥିବା ଜନତାଙ୍କ ସମେତ ଆଗ ଧାଡ଼ିରେ ବସିଥିବା ରାଷ୍ଟ୍ରପତି କୋବିନ୍ଦ ମଧ୍ୟ ମୁଗ୍‌ଧ ହୋଇ ଯାଇଥିବା ଦେଖା ଯାଇଥିଲା।

ସମ୍ବନ୍ଧିତ ଖବର