ଏୟାର ଷ୍ଟ୍ରାଇକ୍‌ର ଖବର ପ୍ରସାରଣ କରିବା ପାଇଁ ଟଏ ଗନ୍‌ ନେଇ ନିଉଜ୍‌ ରୁମ୍‌କୁ ଆସିଲେ ସମ୍ବାଦ ଉପସ୍ଥାପକ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ଫେବୃଆରି ୧୪ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଟାର୍ଗେଟ କରିିଥିଲା । ଜୈସ୍‌-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ୧୦୦୦କିଲୋ ବୋମା ପକାଇ ପାଖାପାଖି ୩୦୦ଆତଙ୍କବାଦୀଙ୍କୁ ନିହତ କରିଥିଲା ଭାରତୀୟ ବାୟୁସେନା। ଆତଙ୍କବାଦ ବିରୋଧରେ ଏତେ ବଡ଼ ସଫଳତା ଭାରତୀୟ ବାୟୁସେନା ହାସଲ କରିବା ପରେ ଦେଶର ସବୁ ନିଉଜ୍‌ ଚାନେଲରେ ଗର୍ବର ସହ ଏହି ଖବରକୁ ପ୍ରସାରଣ କରିଥିଲେ।

କିନ୍ତୁ ତେଲୁଗୁ ଚାନେଲ ଟିଭି୯ ଏହି ଖବରକୁ ଯେଉଁ ଭଳି ଭାବରେ ପ୍ରସାରଣ କରିଥିଲା, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖବର ପ୍ରସାରଣ କରିବା ପାଇଁ ସମ୍ବାଦ ଉପସ୍ଥାପକ ଯବାନଙ୍କ ପୋଷକ ପିନ୍ଧି ଆସିବା ସହ ହାତରେ ଟଏ ଗନ୍‌ ଧରିଥିବା ଦେଖା ଯାଇଥିଲା । ଏହାକୁ ଦେଖି ଲୋକେ ସମ୍ବାଦ ଉପସ୍ଥାପକଙ୍କୁ ଥଟ୍ଟା କରିବା ଆରମ୍ଭ କରିଥିଲେ । କେବଳ ପୋଷାକୁ ନୁହେଁ ଖବର ପ୍ରସାରଣ ପାଇଁ ବ୍ୟବହାର କରାଯାଇଥିବା ଗ୍ରାଫିକ୍ସ ପାଇଁ ମଧ୍ୟ ଲୋକେ ଚାନେଲକୁ ଥଟ୍ଟା କରିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର