ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ରାହୁଲ ଦୋଷୀସାବ୍ୟସ୍ତ ହୋଇ ୨ ବର୍ଷ ଜେଲ୍ ଦଣ୍ଡ ପାଇବା ଏବଂ ରାହୁଲଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ଘଟଣାକୁ ନେଇ ଦେଶରେ ରାଜନୀତି ସରଗରମ ରହିଛି। କଂଗ୍ରେସ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରୁଛି। ଇତିମଧ୍ୟରେ ଆମେରିକା ରାହୁଲଙ୍କ ଦଣ୍ଡାଦେଶ ପ୍ରସଙ୍ଗରେ ଏକ ଟିପ୍ପଣୀ ରଖିଛି।
ଆମେରିକା କହିଛି ଭାରତୀୟ କୋର୍ଟରେ ରାହୁଲଙ୍କ ମାମଲା ଉପରେ ଆମେ ନଜର ରଖିଛୁ। ଗଣତାନ୍ତ୍ରିକ ନୀତି, ମାନବାଧିକାର ସୁରକ୍ଷା ଏବଂ ମତବ୍ୟକ୍ତ କରିବାର ଅଧିକାର ଉପରେ ଭାରତ-ଆମେରିକା ସର୍ବାଦା ଗୁରୁତ୍ବାରୋପ କରିଆସିଛନ୍ତି। ଏହା ଆମ ୨ ରାଷ୍ଟ୍ରର ଗଣତନ୍ତ୍ରକୁ ସୁଦୃଢ଼ କରିବ ବୋଲି ଆମେରିକା ବିଦେଶ ସଚିବ ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି। ଆମେରିକା କହିଛି ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ପ୍ରତି ଆମର ସମ୍ମାନ ଅଛି। ଉଭୟ ଆଇନର ଶାସନ ଏବଂ ନ୍ୟାୟିକ ସ୍ବାଧୀନତା ଗଣତନ୍ତ୍ରର ମୂଳଦୁଆ ବୋଲି ଆମେରିକା କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/vetanta-patel.jpg)