ଇଣ୍ଡୋନେସିଆରେ ନୌକା ବୁଡ଼ି ୧୩ ମୃତ

ଜାକର୍ତ୍ତା: କେନ୍ଦ୍ରୀୟ ଇଣ୍ଡୋନେସିଆରେ ଆଜି ଏକ ନୌକାରେ ନିଅାଁ ଲାଗିଯିବା ପରେ ବୁଡ଼ିଯିବାରୁ ୧୩ ଜଣ ପ୍ରାଣ ହରାଇଛନ୍ତି। ନୌକାଟି ୧୫୦ ଲୋକଙ୍କୁ ନେଇ ସୁଲାେଓ୍ଵସି ପ୍ରଦେଶ ନିକଟବର୍ତ୍ତୀ ସମୁଦ୍ରରେ ଯାଉଥିଲା। ତେବେ କୌଣସି କାରଣରୁ ନିଅାଁ ଲାଗିଯାଇଥିଲା। ଏହାପରେ ଡଙ୍ଗାଟି ଓଲଟି ପଡ଼ିଥିଲା। ତେବେ ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ୧୨୬ ଲୋକଙ୍କୁ ଉଦ୍ଧାର କରାଯାଇ ପାରିଛି। ମୃତକ ୧୩ ଜଣଙ୍କ ମଧ୍ୟରେ ଦୁଇଜଣ ଶିଶୁ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର