ପାଣି ବୋତଲ ପିଛା ୩ ହଜାର ଟଙ୍କା, ଭାତ ପ୍ଲେଟ ପିଛା ୭ ହଜାର ଟଙ୍କା: କାବୁଲ ବିମାନବନ୍ଦରରେ ରହିଛି କିଛି ଏଭଳି ମୂଲ୍ୟ

କାବୁଲ: ତାଲିବାନର ଆତଙ୍କରୁ ରକ୍ଷା ପାଇବା ପାଇଁ ଆଫଗାନିସ୍ତାନ ଛାଡିବା ଆଶାରେ କାବୁଲ ବିମାନବନ୍ଦରରେ ପହଞ୍ଚୁଥିବା ଲୋକମାନେ ଭୋକ ଓ ଶୋଷରେ ମରୁଛନ୍ତି। କାରଣ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ବିମାନବନ୍ଦର ବାହାରେ ଅଧିକ ମୂଲ୍ୟରେ ବିକ୍ରି ହେଉଛି | କେବଳ ଏତିକି ନୁହେଁ, ଦୋକାନୀମାନେ ଆଫଗାନିସ୍ତାନ ମୁଦ୍ରା ବଦଳରେ ଡଲାର ଦାବି କରୁଛନ୍ତି। ଯଦିଓ ଆମେରିକୀୟ ଏବଂ ବ୍ରିଟିଶ ସୈନିକମାନେ ବିମାନବନ୍ଦରରେ ପହଞ୍ଚୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି, ତଥାପି ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ପହଞ୍ଚିବା କଷ୍ଟକର ହୋଇପଡୁଛି । କାବୁଲ ବିମାନବନ୍ଦର ବାହାରେ ପାଣି ବୋତଲ ପିଛା ୪୦ ଡଲାର ଅର୍ଥାତ ୩ ହଜାର ଟଙ୍କାରେ ବିକ୍ରି ହେଉଛି।

ଏଥି ସହିତ ଗୋଟିଏ ପ୍ଲେଟ ଭାତର ମୂଲ୍ୟ ୧୦୦ ଡଲାରକୁ ବୃଦ୍ଧି ପାଇଛି, ଯାହାକି ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୭୫୦୦ ଟଙ୍କା ରହିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୋକାନୀମାନେ ଆଫଗାନିସ୍ତାନ ମୁଦ୍ରା ବଦଳରେ ଡଲାର ଦେବାକୁ ଦାବି କରୁଛନ୍ତି। ସୂଚନା ମୁତାବକ ଆଫଗାନିସ୍ତାନ ଛାଡିବାକୁ କାବୁଲ ବିମାନବନ୍ଦରରେ ଶହ ଶହ ଲୋକ ଏକାଠି ହୋଇଥିବାବେଳେ ଖାଦ୍ୟ ଓ ପାଣିର ଚଢା ଦର ଯୋଗୁଁ ସେସବୁ କିଣିବାକୁ ସକ୍ଷମ ହୋଇପାରୁନାହାଁନ୍ତି |

ଏଭଳି ସ୍ଥିତିରେ ତାଲିବାନ ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ମାଡ ମାରୁଥିବାର ଦେଖିବାକୁ ମିଳିଛି । ତେବେ ଆମେରିକୀୟ ଏବଂ ବ୍ରିଟିଶ ସୈନିକମାନେ ଏହି ସମୟରେ ବିମାନବନ୍ଦରକୁ ଆସୁଥିବା ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ବିମାନବନ୍ଦର ନିକଟରେ ଅସ୍ଥାୟୀ ଘର ନିର୍ମାଣ କରି ସୈନିକମାନେ ପାଣି ବୋତଲ ଏବଂ ଖାଦ୍ୟ ଦେଉଛନ୍ତି। ତଥାପି ଏହା ପର୍ଯ୍ୟାପ୍ତ ହୋଇପାରୁନାହିଁ |

ସମ୍ବନ୍ଧିତ ଖବର