ନୂଆଦିଲ୍ଲୀ: କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହେବାରୁ ବଞ୍ଚିବା ପାଇଁ ବାରମ୍ବାର ହାତ ଧୋଇବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଉଛି। ଭୂତାଣୁ ବିସ୍ତାର, ଏହାର ରୂପ ଏବଂ ଗଠନ ବିଷୟରେ ବିଭିନ୍ନ ପ୍ରକାରର ଦାବି କରାଯାଉଛି। ଏଥି ସହିତ ଋଷର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, କରୋନା ଭୂତାଣୁ ପାଣିରେ ସଂପୂର୍ଣ୍ଣଭାବେ ନଷ୍ଟ ହୋଇଯାଏ। ଷ୍ଟେଟ ରିସର୍ଚ୍ଚ ସେଣ୍ଟର ଅଫ୍ ଭାଇରୋଲୋଜି ଆଣ୍ଡ ବାୟୋଟେକ୍ନୋଲୋଜି ଭେକ୍ଟର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାଯାଇଛି |
ଷ୍ଟେଟ ରିସର୍ଚ୍ଚ ସେଣ୍ଟର ଅଫ୍ ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି ଭେକ୍ଟରର ଏକ ଅଧ୍ୟୟନ ଅନୁଯାୟୀ ୯୦% ଭୂତାଣୁ କଣିକା ୨୪ଘଣ୍ଟା ମଧ୍ୟରେ ଏବଂ ୯୯.୯% ୭୨ଘଣ୍ଟା ମଧ୍ୟରେ ଫୁଟନ୍ତା ପାଣିର ତାପମାତ୍ରାରେ ମରିଥାନ୍ତି। ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଗରମ ହୋଇ ଫୁଟୁଥିବା ପାଣି ତାପମାତ୍ରାରେ କରୋନା ଭୂତାଣୁ ସଂପୂର୍ଣ୍ଣ ଏବଂ ତୁରନ୍ତ ମରିଯାଆନ୍ତି।
କରୋନା ଭୂତାଣୁ ୪୮ଘଣ୍ଟା ପର୍ଯ୍ୟନ୍ତ ଷ୍ଟେନଲେସ୍ ଷ୍ଟିଲ୍, ଲିନୋଲିୟମ୍, ଗ୍ଲାସ୍, ପ୍ଲାଷ୍ଟିକ୍ ଏବଂ ସେରାମିକ୍ ପୃଷ୍ଠରେ ସକ୍ରିୟ ରହିଥାଏ, ଯାହାକୁ ଅଧିକାଂଶ ଘରୋଇ ବିଶୋଧକ ଡିଜେନ୍ଫେକ୍ଟାଣ୍ଟ ବ୍ୟବହାର କରି ନିଷ୍କ୍ରିୟ କରିବା ସମ୍ଭବ। ଏହା ସହ ଭୂପୃଷ୍ଠକୁ ଡିଜେନ୍ସିଫିକେସନ୍ କରିବାରେ କ୍ଲୋରିନ୍ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | କୌଣସି କ୍ଲୋରିନ୍ ସହିତ ଡିଜେନ୍ସିଫିକେସନ୍ କରିବା ପରେ କରୋନା ଭୂତାଣୁ ୩୦ସେକେଣ୍ଡ ମଧ୍ୟରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ |