ନୂଆଦିଲ୍ଲୀ : ଜଳକ୍ଳିଷ୍ଟ ଜିଲ୍ଲାଗୁଡ଼ିକ ସମେତ ସାରା ଦେଶରେ ଜଳ ନିରାପତ୍ତା ବୃଦ୍ଧି କରିବାର ପ୍ରୟାସ ସ୍ୱରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଶକ୍ତି ଅଭିଯାନ ଆରମ୍ଭ କରାଯାଇଥିଲା। ମାତ୍ର ଗୋଟିଏ ମାସ ମଧ୍ୟରେ ଏହି ଅଭିଯାନ ଅନ୍ତର୍ଗତ ୨୫୬ଟି ଜିଲ୍ଲାରେ ୩.୫ ଲକ୍ଷରୁ ଊର୍ଦ୍ଧ୍ବ ଜଳ ସଂରକ୍ଷଣ ପଦକ୍ଷେପ ହାତକୁ ନିଆଯାଇଛି। ଏହିସବୁ ପଦକ୍ଷେପ ମଧ୍ୟରେ, ୧.୫୪ ଲକ୍ଷ ଜଳ ସଂରକ୍ଷଣ ଓ ବର୍ଷା ଜଳ ପରିଚାଳନା ପ୍ରକଳ୍ପ, ୨୦ ହଜାର ପାରମ୍ପରିକ ଜଳ ଉତ୍ସର ପୁନରୁଦ୍ଧାର କାର୍ଯ୍ୟ, ୬୫ ହଜାର ଜଳ ପୁନଃଉପଯୋଗ ଓ ରିଚାର୍ଜ ପ୍ରକଳ୍ପ ଓ ୧.୨୩ ଲକ୍ଷ ଜଳ ଛାୟା ବିକାଶ ପ୍ରକଳ୍ପ ରହିଛି। ଏହି ଅଭିଯାନରେ ଆନୁମାନିକ ୨.୬୪ କୋଟି ଲୋକ ଅଂଶଗ୍ରହଣ କରି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି। ପ୍ରୟାସର ଏକ ଅଂଶବିଶେଷ ସ୍ୱରୂପ ୪.୨୫ କୋଟି ଚାରାରୋପଣ କରାଯାଇଛି। ଆଜି ନୂଆଦିଲ୍ଲୀଠାରେ କ୍ୟାବିନେଟ ସଚିବ ଜଳ ଶକ୍ତି ଅଭିଯାନର ପ୍ରଥମ ପର୍ଯ୍ୟାୟର ଫଳାଫଳ ସମୀକ୍ଷା କରିବା ପରେ ଏହି ଘୋଷଣା କରାଯାଇଛି।