ନୂଆଦିଲ୍ଳୀ:  ଦିଲ୍ଲୀରେ କମୁନି ଜଳ ସଂକଟ । ପାଣି ମୁନ୍ଦିଏ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ପାଣି ପାଇଁ ସବୁଠି ହାହାକାର ପଡିଛି । ଟ୍ୟାଙ୍କର ସାମ୍ନାରେ ଲୋକଙ୍କ ଲମ୍ବା ଲାଇନ ଲାଗୁଥିବା ଦେଖିବାକୁ ମିଳିଛି ।

Advertisment

ନିକଟରେ ଜଳ ସଙ୍କଟର ମୁକାବିଲା ପାଇଁ ସହରକୁ ସାହାଯ୍ୟ କରିବା ପାଇଁ ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ ଦିଲ୍ଲୀକୁ ୧୩୭ କ୍ୟୁସେକ୍ ଅତିରିକ୍ତ ଜଳ ମୁକ୍ତ କରିବାକୁ  ହିମାଚଳ ପ୍ରଦେଶକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ପାଣିକୁ ନେଇ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଲୋକଙ୍କ ଭିତରେ ଅସନ୍ତୋଷ ବି ବଢିବାରେ ଲାଗିଛି । ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରବଳ ତାତି ଯୋଗୁ ଟୋପେ ପାଣି ପିଇବାକୁ ଆଉଟୁ ପାଉଟୁ ହେଉଛନ୍ତି ରାଜଧାନୀବାସୀ । ଆଉ ଏତିକି ବେଳେ ଜଳ ସଂକଟ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତେବେ କେତେଦିନ ଏଭଳି ସ୍ଥିତି ଜାରି ରହିବ, କେତେଦିନ ଲୋକେ ପାଣି ପାଇଁ ଏମିତି ସମସ୍ୟା ଭୋଗୁଥିବେ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଜନତା ।