୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି ଯୋଗାଇବେ ମୋଦୀ ସରକାର

ନୂଆଦିଲ୍ଲୀ : ବିପୁଳ ବିଜୟ ସହ କ୍ଷମତାକୁ ଫେରିବା ପରେ ମୋଦୀ ସରକାର ଏକ ନୂଆ ଯୋଜନାର ପରିକଳ୍ପନା କରୁଛନ୍ତି । ତାହା ହେଉଛି “୨୦୨୪ ସୁଦ୍ଧା ସମସ୍ତଙ୍କୁ ପିଇବା ପାଣି” । ଏହି ଯୋଜନା ମାଧ୍ୟମରେ ଜଳକଷ୍ଟ ଭୋଗ କରୁଥିବା ଦେଶର ପ୍ରାୟ ୧୪ କୋଟି ପରିବାର ନିକଟକୁ ସ୍ୱଚ୍ଛ ପିଇବା ପାଣି ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ଵତ ସୂଚନା ଦେଇଛନ୍ତି ।

ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଏ ସଂପର୍କରେ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ନିର୍ବାଚନୀ ସଭାଗୁଡ଼ିକରେ ଏସଂପର୍କରେ ଘୋଷଣା କରିଥିଲେ । ଏବେ ବିପୁଳ ବିଜୟ ହାସଲ କରିବା ପରେ ସରକାର ଏହି ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।
ମନ୍ତ୍ରୀ ଶେଖାଓ୍ଵତ କହିଛନ୍ତି ଏହି ଯୋଜନା ପାଇଁ ବିଭିନ୍ନ ରାଜ୍ୟର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ ଜଳସଂରକ୍ଷଣ ଓ ଜଳଅଭାବକୁ ଦୂର କରିବାକୁ ଯୋଜନାବଦ୍ଧ ଉଦ୍ୟମ କରାଯିବ ।

ସମ୍ବନ୍ଧିତ ଖବର