ପ୍ରଭୁ ଶ୍ରୀରାମଙ୍କ ପାଇଁ ଆଫଗାନିସ୍ତାନର କାବୁଲ ନଦୀରୁ ଆସିଥିବା ଜଳ ଚଢ଼ାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ପ୍ରଭୁ ଶ୍ରୀରାମଙ୍କ ପାଇଁ ବିଦେଶରୁ ଆସିଲା ଜଳ। ଆଫଗାନିସ୍ତାନର କାବୁଲ ନଦୀରୁ ଜଳ ଆସିଥିବା ବେଳେ ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଜଳରେ ଶ୍ରୀରାମଙ୍କ ଅଭିଷେକ କରିଥିବା ଜଣାପଡ଼ିଛି।

ଶ୍ରୀରାମଙ୍କ ଅଭିଷେକ ପରେ ସେ କହିଛନ୍ତି ଯେ, ଆଫଗାନିସ୍ତାନର ଜଣେ ଛୋଟ ଝିଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ କାବୁଲ ନଦୀର ଜଳ ପଠାଇଥିଲେ । ସେହି ଜଳରେ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ କରିବାକୁ ଅଯୋଧ୍ୟା ଆସିଛି । ଆଫଗାନିସ୍ତାନରେ ଭୟରେ ବଞ୍ଚିଥିବା ମହିଳାମାନଙ୍କ ପାଇଁ ଏହି ଜଳ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରି ସେମାନଙ୍କ ଶୁଖ ଓ ସମୃଦ୍ଧି କାମନା କରିଛି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ କାବୁଲ ନଦୀର ଜଳ ସହ ଗଙ୍ଗାଜଳ ମିଶାଇ ଶ୍ରୀରାମଙ୍କ ଅଭିଷେକ କରିଥିବା ଜଣାପଡ଼ିଛି । ଏହାସହ ୩ ତାରିଖରେ ହେବାକୁ ଥିବା ଦୀପ ଉତ୍ସବର ପ୍ରସ୍ତୁତି ଦେଖିଛନ୍ତି ।

ଚଳିତ ବର୍ଷ ଦୀପାବଳିରେ ବିଦେଶର ରାମଲୀଳାରେ ଶ୍ରୀଲଙ୍କା ଓ ନେପାଳର ରାମଲୀଳା ସାମିଲ ହେବ ବୋଲି କୁହାଯାଇଛି । ସେହିଭଳି ଜନକପୁର, ଜମ୍ମୁ-କା=ଶ୍ମୀର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆସାମ ଓ ଦିଲ୍ଲୀର ରାମଲୀଳା ବି ମଞ୍ଚସ୍ଥ ହେବ ।

ଅଯୋଧ୍ୟାରେ ଦୀପ ଉତ୍ସବର ଆରମ୍ଭ ନଭେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ନଭେମ୍ବର ପହିଲାରେ ଅନୁପ ଜଲୋଟାଙ୍କ ରାମକଥା କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ସେହିଦିନ ଜନକପୁର ଓ ନେପାଳର ରାମଲୀଳା ମଞ୍ଚସ୍ଥ ହେବ ।

ସମ୍ବନ୍ଧିତ ଖବର