୩ ରାଜ୍ୟରେ ଜଳ ଯନ୍ତ୍ରଣା : ସଙ୍କଟରେ ତାମିଲନାଡ଼ୁ, ମହାରାଷ୍ଟ୍ର, ‌ରାଜସ୍ଥାନ

ଚେନ୍ନାଇରେ ହୋଟେଲ ବନ୍ଦ, ମେଡିକାଲରେ ବି ପାଣି ନାହିଁ, ୬୦୦ ଆଇଟି କଂପାନି ପ୍ରଭାବିତ, ପାଣି ପାଇଁ ୧୪ କିମି ଟ୍ରେନ୍‌ ଯାତ୍ରା

ମୁମ୍ବାଇ/ଚେନ୍ନାଇ : ଦେଶରେ ଏବେ ଗୁରୁୁତର ଜଳ ସଙ୍କଟ ଦେଖାଦେଇଛି। ପାଣି ପାଇଁ ଲୋ‌େକ‌ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ତାମିଲନାଡ଼ୁ, ମହାରାଷ୍ଟ୍ର ଓ ରାଜସ୍ଥାନରେ ଅବସ୍ଥା ଗୁରୁତର ହୋଇପଡ଼ିଛି। ପାଣି ପାଇଁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବାର ରିପୋର୍ଟ ମଧ୍ୟ ମିଳିଛି। ପାଣି ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ତାମିଲନାଡ଼ୁ ରାଜଧାନୀ ଚେନ୍ନାଇ। ସହରକୁ ପାଣି ଯୋଗାଉଥିବା ତିନିଟି ଜଳ ଭଣ୍ଡାର ଶୁ୍‌ଖିବାକୁ ବସିଲାଣି। ଫଳରେ ସହରର ଅନେକ ହୋଟେଲ ବନ୍ଦ ହେଲାଣି। ଯେଉଁ କେତେକ ହୋଟେଲ ଖୋଲା ରହିଛି ସେଠାରେ ମଧ୍ୟାହ୍ନ ଭୋଜନ ବନ୍ଦ କରି ଦିଆଯାଇଛି। ଆଇଟି କଂପାନୀମାନଙ୍କର ମଧ୍ୟ ଅବସ୍ଥା ଖରାପ। ପୁରୁଣା ମହାବଲିପୁର ରୋଡରେ ଥିବା ଆଇଟି କଂପାନୀ ‌େସମାନଙ୍କର କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଅଞ୍ଚଳରେ ୬୫୦ଟି ଆଇଟି କଂପାନୀ ରହିଛି ଏବଂ ଏଥିରେ ଲକ୍ଷାଧିକ ଲୋକ କାମ କରୁଛନ୍ତି। ୨୦ ହଜାର କର୍ମଚାରୀଙ୍କୁ କୁହାଯାଇଛି ଯେ ସେମା‌େନ ଘରେ ରହି କାମ କରନ୍ତୁ, ନହେଲେ ବେଙ୍ଗାଲୁରୁ କିମ୍ବା ହାଇଦ୍ରାବାଦ ଯାଇ ସଂପୃକ୍ତ କଂପାନୀର ଶାଖାରେ ଯୋଗ ଦିଅନ୍ତୁ। ଡାକ୍ତରଖାନରେ ମଧ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲାଣି। ପାଣି ସଙ୍କଟ ଯୋଗୁଁ ରୋଗୀମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଉ ନାହିଁ।

ମହାରାଷ୍ଟ୍ରର ମରାଠାୱାଡ଼ାରେ ମଧ୍ୟ ଅତି ସାଂଘାତିକ ସ୍ଥିତି ଉପୁଜିଛି। ଏଠାରେ ୭,୦୦୦ରୁ ଅଧିକ ଗାଁ ମରୁଡ଼ି ପ୍ରଭାବିତ। ଚାରିଆଡ଼େ ମରୁଡ଼ି ପରିସ୍ଥିତି। ପାଣି ପାଇଁ ଲୋକେ ଚାଲି ଚାଲି ଦୂର ଇଲାକାକୁ ଯାଉଛନ୍ତି। ଟାଙ୍କର ଯୋଗେ ପାଣି ଯୋଗାଇବ‌ାକୁ ଉଦ୍ୟମ କରାଯାଉଛି। କିନ୍ତୁ ବାଟରେ ଟ୍ୟାଙ୍କରରୁ ପାଣି ଛଡ଼ାଇ ନେବା ଲାଗି ଉଦ୍ୟମ କରୁଥିବାରୁ ବିଭିନ୍ନ ସ୍ଥାନରେ ସଂଘର୍ଷ ଘଟୁଛି। ପୁଲିସ ନିରାପତ୍ତାରେ ଏବେ ଟ୍ୟାଙ୍କର ପଠାଯାଉଛି।

ପାଣି ପାଇଁ ୧୪ କିମି ଟ୍ରେନ୍‌ ଯାତ୍ରା

ମହାରାଷ୍ଟ୍ରର ମରାଠୱାଡ଼ାରେ ହଜାର ହଜାର ମହିଳା ଏବଂ ଶିଶୁ‌ ଗୋଟିଏ ବାଲ୍‌ଟି ପାଣି ପାଇଁ ଅନେକ କିଲୋମିଟର ଚାଲୁଛନ୍ତି। ମରାଠାୱାଡ଼ାର ସିଦ୍ଧାର୍ଥ ଢଗେ ନାମକ ଜଣେ ୧୦ ବର୍ଷୀୟ ବାଳକ ପାଣି ପାଇଁ ୧୪ କିମି ‌‌ଟ୍ରେନ୍‌ ଯାତ୍ରା କରୁଛନ୍ତି। ଦ୍ବିତୀୟ ଶ୍ରେଣୀରେ ପଢ଼ୁଛନ୍ତି ସିଦ୍ଧାର୍ଥ। ପ୍ରତିଦିନ ମଧ୍ୟାହ୍ନରେ ସେ ମରାଠୱାଡ଼ା ସ୍ଥିତ ତାଙ୍କ ଘରୁ ମୁକୁନ୍ଦୱାଡ଼ି ଷ୍ଟେସନ୍‌କୁ ଯାଉଛନ୍ତି। ସେଠାରୁ ସେ ଔରଙ୍ଗାବାଦ୍‌ ସିଟି ଷ୍ଟେସନ୍‌କୁ ଟ୍ରେନ୍‌ ଧରୁଛନ୍ତି।

ଏହା ୭ କିମିର ଯାତ୍ରା। କିନ୍ତୁ ଟ୍ରେନ୍‌ ବେଳେବେଳେ ୨-୩ ଘଣ୍ଟା ବିଳମ୍ବ ହୋଇଯାଏ। କେବଳ ସିଦ୍ଧାର୍ଥ ନୁହନ୍ତି ତାଙ୍କ ସହ ଅନ୍ୟ କିଛି ପିଲାମଧ୍ୟ ପାଣି ପାଇଁ ଟ୍ରେନ୍‌ ଧରନ୍ତି। ‌ଟ୍ରେନ୍‌ ଯାତ୍ରା ସେମାନଙ୍କ ପାଇଁ ଏତେ ସହଜ ନଥାଏ। ଔରଙ୍ଗାବାଦ୍‌ ଷ୍ଟେସନ୍‌ରେ ୨ ଗରା ପାଣି ଭର୍ତ୍ତି କରିବାପାଇଁ ସିଦ୍ଧାର୍ଥଙ୍କ ପାଖରେ ମାତ୍ର ୪୦ ମିନିଟ୍‌ ସମୟ ଥାଏ। ସେଠାରେ ଯଦି ଲମ୍ବା ଲାଇନ୍‌ ଲାଗିଥାଏ ସିଦ୍ଧାର୍ଥଙ୍କ କଷ୍ଟ ଆହୁରି ବଢ଼ିଯାଏ। ‌କିନ୍ତୁ କଷ୍ଟେମଷ୍ଟେ ସିଦ୍ଧାର୍ଥ ୨ଗରା ପାଣି ଆଣି ଘରେ ପହଞ୍ଚିଯାନ୍ତି।

ମରାଠୱାଡ଼ାର ନିର୍ମଳା ‌ଦେବୀ ନଗରରେ ମଧ୍ୟ ଜଳକଷ୍ଟ ଦେଖାଦେଇଛି। ଏହି ସମ୍ପ୍ରଦାୟ‌ରେ ୩୦୦ରୁ ଅଧିକ ପରିବାର ରହୁଥିବା ବେଳେ ସମସ୍ତେ ଏଠାରେ ଜୀବିକା ନିର୍ବାହ ପାଇଁ ମଜୁରି ଖଟନ୍ତି। ସେମାନେ ମଧ୍ୟ ଗରାଏ ପାଣି ପାଇଁ ଟ୍ରେନ୍‌ ଯାତ୍ରା କରୁଛନ୍ତି। ନିର୍ମଳା ଦେବୀ ନଗରର ୫୧ ବର୍ଷୀୟା ସୁମନଭାଇ ନାଭଗିରେ ପାଣି ପାଇଁ ‌ଟ୍ରେନ୍‌ ଯାତ୍ରା ଉପରେ ନିର୍ଭର କରୁଛନ୍ତି। ତାଙ୍କର ୩୦୦ ଫୁଟ୍‌ ବୋରୱେଲ୍‌ ଅଛି କିନ୍ତୁ ଗତ ଏପ୍ରିଲ୍‌ରୁ ଏହା ଶୁଖିଯିବା ଫଳରେ ସେ ପାଣି ପାଇଁ ଟ୍ରେନ୍‌ ଯାତ୍ରା କରୁଛନ୍ତି।

ସମ୍ବନ୍ଧିତ ଖବର