ନୂଆଦିଲ୍ଲୀ: ତାମିଲନାଡ଼ୁରେ ଜଳ ସଙ୍କଟ ଏବେ ଜଟିଳ ରୂପ ନେଇଛି। ମୌସୁମୀ ଆସି ଯାଇଥିଲେ ମଧ୍ୟ ବାତ୍ୟା ‘ବାୟୁ’ର ପ୍ରଭାବ ଯୋଗୁଁ ଏହାର ଗତି ମନ୍ଥର ହୋଇ ଯାଇଛି। ତାମିଲନାଡ଼ୁରେ ୨- ୩ ଦିନ ମଧ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି। । ତେବେ ରାଜ୍ୟ ଏବେ ଉତ୍କଟ ଜଳ ସଙ୍କଟରେ ଛଟପଟ ହେଉଛି। ମୁଖ୍ୟମନ୍ତ୍ରୀ ଇ ପଲାନିସ୍ବାମୀ କଡ଼ା ସମାଲୋଚନାର ଶିକାର ହେବାପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି।ା ଜୋଲାରେପଟ୍ଟିରୁ ଟ୍ରେନ୍ ଯୋଗେ ଜଳ ଆଣିବାପାଇଁ ଯୋଜନା ହୋଇଛି। କାବେରୀ ନଦୀ ଜଳର ସଠିକ୍ ପରିଚାଳନା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଚେନ୍ନାଇ ସହରକୁ ଜଳ ଯୋଗାଉଥିବା ୪ଟି ହ୍ରଦ ଏବେ ଶୁଖି ଯାଇଛି। କେରଳ ଏବେ ତାମିଲନାଡ଼ୁକୁ ପ୍ରତିଦିନ ୨୦ ଲକ୍ଷ ଲିଟର ଜଳ ଯୋଗାଇ ଦେବ ବୋଲି କହିବାପରେ ତାମିଳନାଡ଼ୁ କେରଳର ଏହି ପ୍ରସ୍ତାବକୁ ଗ୍ରହଣ କରିଛି। ପ୍ରତିଦିନ ଥିରୁବନନ୍ତପୁରମ୍ରୁ ଚେନ୍ନାଇକୁ ଟ୍ରେନ୍ ଯୋଗେ ୨୦ ଲକ୍ଷ ଲିଟର ଜଳ ଆସିବ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଏନେଇ ପଲାନିସ୍ବାମୀ ଏବଂ ବିରୋଧୀ ଦଳ ନେତା ଏମ୍କେ ଷ୍ଟାଲିନ୍ ଧନ୍ୟବାଦ ଜଣାଇଛନ୍ତି।
ତାମିଲନାଡୁ ଜଳ ସଙ୍କଟ ଜଟିଳ, ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ
କେରଳ ଦେଲା ଦୈନିକ ୨୦ ଲକ୍ଷ ଲିଟର ଜଳ ସହାୟତା
/sambad/media/post_attachments/wp-content/uploads/2019/06/watwr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)