ନୂଆଦିଲ୍ଲୀ:  ନିଜ ପଡ଼ୋଶୀ ରାଜ୍ୟମାନଙ୍କ ଉପରେ ଆନ୍ଧ୍ରପ୍ରଦେଶର ଲୋଲୁପ ଦୃଷ୍ଟି ନୂଆ ନୁହେଁ । ଓଡ଼ିଶାର କେତେକ ଅଂଚଳ ଉପରେ ଆନ୍ଧ୍ରର ଅନୁପ୍ରବେଶ ଚାଲିଥିବାବେଳେ ଏବେ ଆଉ ଏକ ପଡ଼ୋଶୀ ତେଲେଙ୍ଗାନାର ଏକ ସଂପତ୍ତି ଉପରେ କବଜା କରିବାକୁ ଉଦ୍ୟମ କରିଛି । ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ବଢିଯାଇଛି ।

Advertisment

ଆନ୍ଧ୍ର ପକ୍ଷରୁ କ୍ରିଷ୍ଣା ନଦୀରେ ଥିବା ନାଗାର୍ଜୁନ ସାଗର ଡ୍ୟାମକୁ ନିଜ ଅକ୍ତିଆରକୁ ନେଇ ପାଣି ଛାଡିବା ଆରମ୍ଭ କରିବା ପରେ ଦୁଇ ରାଜ୍ୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଗୁରୁବାର ରାତି ପ୍ରାୟ ୨ଟା ବେଳେ ତେଲେଙ୍ଗାନାର ଅଧିକାଂଶ ଅଧିକାରୀ ନିର୍ବାଚନ ବ୍ୟବସ୍ଥାରେ ବ୍ୟସ୍ତ ଥିବା ବେଳେ ଆନ୍ଧ୍ରପ୍ରଦେଶର ପ୍ରାୟ ୭୦୦ ପୁଲିସ କର୍ମଚାରୀ ଡ୍ୟାମ୍ ଉପରେ ପଶି ଡାହାଣ କେନାଲ ଖୋଲି ଏକ ଘଣ୍ଟା ପାଇଁ ୫୦୦ କ୍ୟୁସେକ୍ ପାଣି ଛାଡ଼ିଥିଲେ।

ଆନ୍ଧ୍ରପ୍ରଦେଶର ଜଳସେଚନ ମନ୍ତ୍ରୀ ଅମ୍ବାତି ରାମବାବୁ ଗୁରୁବାର ସକାଳେ ଏକ ବାର୍ତ୍ତା ପୋଷ୍ଟ କରି କହିଛନ୍ତି, ଆମେ କ୍ରିଷ୍ଣା ନଦୀର ନାଗାର୍ଜୁନ ସାଗର ଡ୍ୟାମ୍ ର ଡାହାଣ କେନାଲରୁ ପାନୀୟ ଜଳ ପାଇଁ ପାଣି ଛାଡୁଛୁ। ଜଳସେଚନ ମନ୍ତ୍ରୀ ରାମବାବୁ ଗଣମାଧ୍ୟମକୁ କହିଛନ୍ତି, ଆମେ କୌଣସି ଚୁକ୍ତି ଉଲ୍ଲଂଘନ କରିନାହୁଁ। କ୍ରିଷ୍ଣା ନଦୀର ୬୬% ଜଳ ଆନ୍ଧ୍ରପ୍ରଦେଶର ଏବଂ ୩୪% ତେଲେଙ୍ଗାନାର । ଆମେ ଗୋଟିଏ ବୁନ୍ଦା ପାଣି ବି ବ୍ୟବହାର କରିନାହୁଁ ଯାହା ଆମର ନୁହେଁ । ଆମେ ଆମ ଅଞ୍ଚଳରେ ଆମର କେନାଲ ଖୋଲିବାକୁ ଚେଷ୍ଟା କରିଥିଲୁ ।