ଭୀଷଣ ଜଳକଷ୍ଟ, ପାଣି ଟ୍ୟାଙ୍କର ଜଗୁଛି ପୁଲିସ

ଭୋପାଳ: ମଧ୍ୟପ୍ରଦେଶରେ ଭୀଷଣ ଗରମ ଯୋଗୁଁ ଅସମ୍ଭାଳ ସ୍ଥିତି ହୋଇପଡିଛି | ପାଣି ମୁନ୍ଦେ ପାଇବା ପାଇଁ ଲୋକଙ୍କୁ ବହୁ କଷ୍ଟ କରିବାକୁ ପଡୁଛି | ସ୍ଥିତି ଏମିତି ହୋଇଛି ଯେ ପାଣି ଟ୍ୟାଙ୍କର ପାଖରେ ଲୋକଙ୍କର ଲମ୍ବା ଧାଡି ସାଙ୍ଗକୁ ଗଣ୍ଡଗୋଳ ଭଳି ସ୍ଥିତି ଉପୁଜୁଛି | ଏହାକୁ ନେଇ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି ଯେ ଏଣିକି ପୁଲିସ ପାଣି ଟ୍ୟାଙ୍କର ସହ ଜଳସ୍ରୋତକୁ ଜଗିବ |

ଜଳାଭାବକୁ ନେଇ ବିରୋଧୀ ଦଳ ବିଜେପି କମଲନାଥ ସରକାରଙ୍କୁ ସମାଲୋଚନା କରିଛି | ଏହାର ଜବାବ ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ କିଛି କ୍ଷେତ୍ରରେ ପାଣି ବଣ୍ଟନକୁ ନେଇ ସଂଘର୍ଷର ଖବର ଆସିଛି | ଏହି ସ୍ଥିତିକୁ ମୁକାବିଲା କରିବା ପାଇଁ କିଛି ସ୍ଥାନରେ ପୁଲିସ ମୁତୟନ କରାଯାଇଛି |

ଏହା ପୂର୍ବରୁ ଗୁରୁବାର ଦିନ ପନ୍ନା ଜିଲ୍ଲାରେ ପାଣିକୁ ନେଇ ହୋଇଥିବା ସଂଘର୍ଷରେ ୮ ଜଣ ଲୋକ ଆହତ ହୋଇଥିଲେ | ଗତ ସପ୍ତାହକ ମଧ୍ୟରେ ହିଁ ଇନ୍ଦୋରରେ ଦୁଇ ଥର ପାଣିକୁ ନେଇ ସଂଘର୍ଷ ହୋଇଛି | ଏଭଳି ଘଟଣାକୁ ଦେଖି ରାଜ୍ୟ ସରକାର ପାଣି ଟ୍ୟାଙ୍କର ପାଖରେ ପୁଲିସ ମୁତୟନ କରାଯାଇଛି |

ସମ୍ବନ୍ଧିତ ଖବର