ନୂଆଦିଲ୍ଲୀ: ସକାଳୁ ସକାଳୁ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ମୌସୁମୀ ଦିଲ୍ଲୀକୁ ଛୁଇଁଥିଲେ ବି ସେମିତି ବର୍ଷା ଦିଲ୍ଲୀରେ ହୋଇନଥିଲା । ଲୋକେ ବର୍ଷା ପାଇଁ ଆକାଶକୁ ଚାତକ ପରି ଚାହିଁ ରହିଥିବା ବେଳେ ଆଜି ସକାଳେ ସକାଳେ ବର୍ଷା ରଚିଛି ତାଣ୍ଡବଲୀଳା । ଭୋରୁ ଆକାଶରେ ମେଘ ଗର୍ଜନ କରିବା ସହ ଘଡଘଡିର ଶବ୍ଦ ଶୁଭିଥିଲା । ସିନ୍ଦୂରା ଫିଟିବା ବେଳକୁ ବଦଳିଯାଇଥିଲା ଆକାଶର ଚିତ୍ର । ଏମିତି ଲାଗୁଥିଲା ବର୍ଷା ଅଚାନକ ଏଇକ୍ଷଣି ଆକାଶରୁ ବର୍ଷିଯିବ । ଆଉ ସମୟ ନନେଇ ହଠାତ୍ ୫.୩୦ରେ ଢାଳିଥିଲା ବର୍ଷା । ଏତେ ଜୋରରେ ବର୍ଷିଲା ଯେ ଛାଡିବାର ନା ନେଇ ନଥିଲା । ବର୍ଷା ସାଙ୍ଗକୁ ପ୍ରବଳ ପବନ ବି ଅନୁଭୂତ ହୋଇଥିଲା ।
#WATCH | Delhi | Parts of the national capital witness waterlogging after incessant rain in the city.
— ANI (@ANI) July 7, 2025
Visaulas from Mehrauli-Badarpur road. pic.twitter.com/PVu9o8qvWW
ଦିଲ୍ଲୀ, ନୋଏଡା ସମେତ ପୂରା ଏନସିଆରରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଥିଲା । ବର୍ଷାରୁ ଦିଲ୍ଲୀର ସକାଳ ଆରମ୍ଭ ହୋଇଥିବା ବେଳେ ଲଗାଣ ବର୍ଷା ପରେ ରାସ୍ତାଘାଟରେ ପାଣି ଜମି ରହିଥିଲା । ଗାଡି ମଟର ଯିବା ଆସିବା ପାଇଁ ସମସ୍ୟା ଉପୁଜିଥିଲା । ଲୋକେ ଜଳବନ୍ଦୀ ସମସ୍ୟା ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସ୍କୁଲ ପିଲା ସ୍କୁଲ ଯିବାକୁ ସମସ୍ୟା ଭୋଗିଥିଲେ ।
ଯଦିଓ ଭାରତର ଅନେକ ରାଜ୍ୟରେ ବର୍ଷା ତାଣ୍ଡବ ରଚୁଥିବା ଦେଖିବାକୁ ମିଳିଛି ମାତ୍ର ଦିଲ୍ଲୀରେ ବର୍ଷାର ଦେଶ ଦର୍ଶନ ମିଳୁନଥିଲା । ସବୁଠି ବର୍ଷା ହେଉଥିବା ବେଳେ ଦିଲ୍ଲୀରେ ଖାଲି ଆକାଶ ମେଘାଚ୍ଛନ୍ନ ଥିଲା । ମାତ୍ର ଆଜି ସକାଳେ ବର୍ଷା ପୂରା ଦିଲ୍ଲୀକୁ ଭିଜାଇ ଦେଇଛି ।