ଠକାମୀର ଶିକାର ହୋଇଗଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ସେଓରୁ ମିଳିଲା ମହମ

ନୂଆଦିଲ୍ଲୀ: ଫଳରେ କୁତ୍ରିମ ରଙ୍ଗ ବ୍ୟବହାର କଥା ଆପଣ ଜାଣିଥିବେ | ଫଳକୁ ଆକର୍ଷଣୀୟ କରିବା ପାଇଁ ଏଭଳି ରଙ୍ଗର ବ୍ୟବହାର ହୋଇଥାଏ | ତେବେ ଏଭଳି ଏକ ଠକାମୀର ଶିକାର ହୋଇଯାଇଛନ୍ତି ଖୋଦ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାଶୱାନ | ମିଳିଥିବା ସୂଚନା ମୁତାବକ ଗତ ରବିବାର ଦିନ ଦିଲ୍ଲୀର ଖାନ ମାର୍କେଟରୁ ପାଶୱାନଙ୍କ ପାଇଁ ତାଙ୍କ ସହଯୋଗୀ ସେଓ ଆଣିଥିଲେ | ତେବେ ସେଓକୁ ଯେତେବେଳେ ଧୁଆଯାଇଥିଲା ଏଥିରୁ ମହମ ବାହାରିଥିବାର ଦେଖିବାକୁ ମିଳିଥିଲା |

photo-oneindia

ବଡ କଥା କିଲୋ ପିଛା ୪୨୦ ଟଙ୍କାରେ ଏହି ସେଓ କିଣାଯାଇଥିବାବେଳେ ଦୋକାନୀ ଜଣକ ଫଳର ରୁପକୁ ଆକର୍ଷଣୀୟ କରିବା ପାଇଁ ଏଥିରେ ମହମ ଲଗାଇଥିଲେ | ଏହାକୁ ଅଧିକ ଦରରେ ବିକ୍ରି କରାଯାଉଥିବାବେଳେ ସାଧାରଣ ଲୋକ ଏ ବାବଦରେ ଜାଣିପାରିନଥାନ୍ତି |

lifeberrys.com

ତେବେ ମନ୍ତ୍ରୀଙ୍କ ପାଇଁ ଏଭଳି ସେଓ କିଣାଯାଇ ଯେତେବେଳେ ତାଙ୍କୁ ପରସା ଯାଇଥିଲା ସେତେବେଳେ ମହମର ପ୍ରଲେପ ଦିଆଯାଇଥିବାର ଜଣାପଡିଥିଲା | ଏ ବାବଦରେ ପାଶୱାନ ଜାଣିବା ପରେ ତୁରନ୍ତ ଏହାର ଛାନଭିନ କରିବାକୁ ନିର୍ଦ୍ଦେଶ ଦେଇଥିଲେ | ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସମ୍ପୃକ୍ତ ଫଳ ଦୋକାନ ଉପରେ ଚଢ଼ାଉ କରାଯାଇ ଫଳକୁ ଜବତ କରାଯିବା ସହ ଦୋକାନୀଙ୍କ ବିରୋଧରେ ଚାଲାଣ କଟାଯାଇଥିଲା |

ସମ୍ବନ୍ଧିତ ଖବର