ନିଆରା ଦୃଶ୍ୟ: ବିବାହ କାର୍ଯ୍ୟକ୍ରମରେ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବିବାହ ନୃତ୍ୟର ଭିଡିଓ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କିଛି ମହିଳାଙ୍କ ସହ ନୃତ୍ୟ କରୁଥିବାର ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ମାଲଦାରେ ଏକ ଗଣବିବାହ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ | ବିବାହ କାର୍ଯ୍ୟକ୍ରମରେ ପାରମ୍ପରିକ ବାଦ୍ୟଯନ୍ତ୍ର ସହ କଳାକାରମାନେ ଯୋଗଦେଇଥିଲେ |


ସେହିପରି ବିବାହ କରୁଥିବା ବର-କନ୍ୟାଙ୍କ ସମ୍ପର୍କୀୟ ଓ ଅନ୍ୟ ମହିଳାମାନେ ଖୁସିରେ ନୃତ୍ୟ କରୁଥିବାବେଳେ ମମତା ନିଜକୁ ସମ୍ଭାଳିପାରିନଥିଲେ | ବସିଥିବା ଆସନରୁ ଉଠିଯାଇ ମମତା ନୃତ୍ୟ କରୁଥିବା ମହିଳାଙ୍କ ସହ ନୃତ୍ୟ କରିଥିଲେ |

ପାଦରେ ପାଦକୁ ମିଳାଇ ସାଥି ମହିଳାମାନଙ୍କ ହାତ ଧରି ମମତାଙ୍କ ନୃତ୍ୟ ସୋସିଆଲ ମିଡିଆରେ ବେଶ ପ୍ରଶଂସା ସାଉଁଟିଛି | ନିଜର କଡା ମିଜାଜକୁ ନେଇ ପରିଚିତ ମମତାଙ୍କ ଏହି ନିଆରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି |

ସମ୍ବନ୍ଧିତ ଖବର